ପଞ୍ଚାୟତ ନିର୍ବାଚନ ବେଳେ ମଦ ବନ୍ୟା, ଯାଜପୁର ବାଲେଶ୍ୱରରୁ ସର୍ବାଧିକ

0 14

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଉଦ୍ଧ୍ୱର୍ ମତଦାନ ହୋଇଛି । ତେବେ ପଞ୍ଚାୟତ ନିର୍ବାଚନ ବେଳେ ମଦ ବନ୍ୟା ହୋଇଥିବା ଦେଖିବାକୁ ମିଳିଛି । ୩ ଲକ୍ଷ ୮୮ ହଜାର ଲିଟରରୁ ଅଧିକ ମଦ ଜବତ ହୋଇଛି । ବାଲେଶ୍ୱରରୁ ସର୍ବାଧିକ ଲିଟର ମଦ ଜବତ ହୋଇଥିବା ଜଣାପଡିଛି ।
ଜାନୁଆରୀ ୧୯ରୁ ଫେବ୍ରୁଆରୀ ୧୮ ସୁଦ୍ଧା ମଦ ଜବତ ହୋଇଛି । ୨ ହଜାର ୩୧୦ ଗ୍ରାମ ଡ୍ରଗ୍ସ ଓ ୩୮ଟି ମାରଣାସ୍ତ୍ର ଜବତ ହୋଇଛି । ୨୮ ହଜାର ୭୭୭ ଜଣଙ୍କ ନାଁରେ ହୋଇଛି ମାମଲା । ୧ ହଜାର ୯୦୭ ଜଣଙ୍କୁ ଗିରଫ କରାଯାଇଛି ।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.