ସାହିତ୍ୟିକ କବି ବନ୍ଧୁ ପରିବାରର କାର୍ଯ୍ୟକାରିଣୀ ବୈଠକ
ସୁବର୍ଣ୍ଣପୁର: (ମଙ୍ଗଳବାର) ସନ୍ଧ୍ୟା ୭.୩୦ ସମୟରେ ଆଭାସୀ ମାଧ୍ୟମରେ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ଶ୍ରୀମାନ ତପନ କୁମାର ବିଶ୍ବାଳ ପ୍ରାରମ୍ଭିକ ସ୍ବାଗତ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀମତୀ ପ୍ରଣତି ମହାପାତ୍ର ସମସ୍ତଙ୍କ ପରିଚୟ ପ୍ରଦାନ କରିବା ସହ ଶୁଭାଭିନନ୍ଦନ କରିଥିଲେ ଏବଂ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବଡ଼ଭାଇ ଶ୍ରୀଯୁକ୍ତ ବିଶ୍ବେଶ୍ବର ମାଝୀ ମହୋଦୟ ଏବଂ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ ମହୋଦୟ ବୈଠକ ପରିଚାଳନା କରିଥିଲେ । ସଭାପତି ଦେବେନ୍ଦ୍ର କୁମାର ନାଏକ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବୈଜ୍ଞାନିକ ବଦ୍ରୀ ମହାନ୍ତି, ବିଳାସପୁରରୁ ସୁସାହିତ୍ୟିକ ବାମନ ଚନ୍ଦ୍ର ଦୀକ୍ଷିତ, ଭୁବନେଶ୍ୱରରୁ ବିଶ୍ବେଶ୍ବର ମାଝୀ, ରୀତା ଅପରାଜିତା ମହାନ୍ତି, କଟକରୁ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପୃଷ୍ଟି, ଯାଜପୁରରୁ ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନୀ ଦାଶ,ପ୍ରତିମା ଶତପଥୀ,ବାଲେଶ୍ଵରରୁ ସ୍ନିଗ୍ଧା ସାମନ୍ତରାୟ, ବିପିନ ବିହାରୀ ବାରିକ, ପ୍ରଫୁଲ୍ଲ କୁମାର ଦାସ, କେନ୍ଦୁଝରରୁ ପ୍ରଧାନ ଶିକ୍ଷକ ରତିନାରାୟଣ ରାଉତ,ବଲାଙ୍ଗୀରରୁ ଦେବେନ୍ଦ୍ର କୁମାର ନାଏକ, ସୁବର୍ଣ୍ଣପୁରରୁ ଶୁଭେନ୍ଦୁ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ଖୋର୍ଦ୍ଧାରୁ ସୁସାହିତ୍ୟିକ ରମାକାନ୍ତ ମାହାଳି, କେନ୍ଦ୍ରାପଡାରୁ ବନଲକ୍ଷ୍ମୀ ମହାନ୍ତି, ଢେଙ୍କାନାଳରୁ ତପନ କୁମାର ବିଶ୍ବାଳ, ନବରଙ୍ଗପୁରରୁ ସାଗର କୁମାର ପରିଡା ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ସମସ୍ତେ କିଛି କିଛି ପରାମର୍ଶ, ଉପଦେଶ ସହ ଅନେକ ପ୍ରସ୍ତାବ ରଖିଥିଲେ । ସମସ୍ତ ପ୍ରସ୍ତାବ ଉପରେ ବିଚାରବିମର୍ଷ କରି ପରବର୍ତ୍ତୀ ବୈଠକରେ ସବିଶେଷ ସ୍ଥିରୀକୃତ ହେବ ବୋଲି ପ୍ରଣତି ମହାପାତ୍ର ବିନମ୍ରତାର ସହ କହିଥିଲେ । ସମସ୍ତଙ୍କ ଉପସ୍ଥିତି ସହ ବୈଠକ ସଫଳ ହୋଇଥିଲା । ଶେଷରେ ତପନ କୁମାର ବିଶ୍ବାଳ ଧନ୍ୟବାଦ ଓ ରୀତା ଅପରାଜିତା ମହାନ୍ତି ଶାନ୍ତିପାଠ କରି ବଡ଼ଭାଇ ବିଶ୍ବେଶ୍ବର ମାଝୀଙ୍କର ଅନୁମୋଦନ କ୍ରମେ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )