କାର୍ଯ୍ୟକ୍ରମ ଖୁବ ଉପଭୋଗ କଲେ ଜିଲ୍ଲାବାସୀ
ରାୟଗଡ଼ା ଜିଲ୍ଲା ହେଡକ୍ୱାଟର୍ସ ସ୍ଥିତ ରାୟଗଡ଼ା ମ୍ୟୁନିସିପାଲଟି ପରିସରରେ ଥିବା ନୂତନ ଈଣ୍ଡୋର ଷ୍ଟାଡିୟମରେ ଓ ରାୟଗଡ଼ା କଲେଜରେ ତା୧୧/୧/୨୩ ରିଖ ଅପରାହ୍ନ ଚାରିଟା ସମୟରେ ଲାଇଭ ଟୈଲିକାଷ୍ଟ ହୋଇଯାଇଛି । ଲାଇଭ ଟେଲିକାଷ୍ଟ ବିଶ୍ୱକପ ଉଦ୍ଘାଟନୀ ଉତ୍ସବରେ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ରାଜ୍ୟ ସ୍ୱାସ୍ଥ୍ୟ ବିମା ଯୋଜନାର ଉପଦେଷ୍ଟା ଶ୍ରୀ ସୁଧିର କୁମାର ଦାସ, ଜିଲ୍ଲାପାଳ ଶ୍ରୀମତି ସୁଧାଦେବ ସିଂ ଭାପ୍ରସେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଆଇପିଏସ୍, ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଶୁଭ୍ରା ମିଶ୍ର, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ସରସ୍ଵତୀ ମାଝୀ,ଅନୁସୂୟା ମାଝୀ,ସମସ୍ତ କାଉନସିଲର, ମ୍ୟୁନିସିପାଲଟି କର୍ମଚାରୀ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ, ବୁଦ୍ଧିଜୀବି, ରାଜନେତା,ପ୍ରଶାସନିକ ଅଧିକାରୀ ବିଧାୟକଙ୍କ ଉପସ୍ଥିତ ରହି ଲାଇଭ ଟୈଲିକାଷ୍ଟ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ପୁରୁଷ ହକି ବିଶ୍ୱକପ କ୍ରିଡ଼ା ୨୦୨୩ ପ୍ରାରମ୍ଭରେ ପ୍ରଥମ ମ୍ୟାଚଟି ଆସନ୍ତା କାଲି ତା: ୧୩/୧/୨୩ ରିଖରେ ଆର୍ଜେଣ୍ଟିନା ଓ ଋଷିଆ ମଧ୍ୟରେ ଅପରାହ୍ନ ୧.୦୦ ସମୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନ୍ତିମ ମ୍ୟାଚ ତା:୨୨/୦୧/୨୩ରେ ହେବାକୁ ଯାଉଛି । ଚଳିତ ବର୍ଷ ପୁରୁଷ ହକି ବିଶ୍ୱକପ କ୍ରିଡ଼ା କାର୍ଯ୍ୟକ୍ରମ ଓଡ଼ିଶାର ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୧୩-୨୯ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ । ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ୧୬ଟି ମ୍ୟାଚ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୧୨ଟି ମ୍ୟାଚ ଅନୁଷ୍ଠିତ ହେବ ।
ରାୟଗଡ଼ ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )