ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

0 42

ମହାପ୍ରଭୁ ସୁସ୍ଥହୋଇ ବୁଧବାର ଦିନ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଅଣସର ତାଟି ଖଲିବା ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ। ଶ୍ରୀମୁଖ ଶୃଙ୍ଗାର ପାଇଁ ବନକଲାଗି ଜରିଆରେ ବିଭିନ୍ନ ମିଶ୍ରଣରେ କରାଯାଇଥିଲା। ଦେବସ୍ନାନ ପୂର୍ଣ୍ଣିମାଠାରୁ ଦୀର୍ଘ ୧୫ଦିନ ଧରି ଜ୍ୱରରେ ପଡ଼ିଥିବା ହେତୁ ଠାକୁରଙ୍କ ସୁସ୍ଥ ଲାଗି ଗୁପ୍ତ ନୀତି ସରିବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଥିଲେ ଜଗତର ନାଥ ଜଗନ୍ନାଥ ନିଜ ବଡ଼ଭାଇ ବଳଭଦ୍ର ଓ ସୁଭଦ୍ରା ଙ୍କ ସହ । ହେଲେ ବୁଧବାର ଦିନ ସୁସ୍ଥ ହେବା ପରେ ଜଗାକାଳିଆ ଙ୍କ ସହ ବଡ଼ଭାଇ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରା ଭକ୍ତଙ୍କ ସକାଶେ ଦର୍ଶନ ଦେଇଛନ୍ତି। ତେବେ ଶ୍ରୀଜିଉଙ୍କୁ ପୂର୍ଣ୍ଣ ସୁସ୍ଥ ପାଇଁ ପୁଣି ଗୋପନ ସେବା ହୋଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ପରେ ଭକ୍ତ ମହାପ୍ରଭୁଙ୍କ ସାହାଣମେଲା ଦର୍ଶନ କରିପାରିଥିଲେ।

ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.