ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ ପର୍ବତକୁ ସଫଳତାର ସହ ଆରୋହଣ କରିଛନ୍ତି ମଧୁସ୍ମିତା

0 29

ବ୍ରହ୍ମପୁର : ସ୍ଥାନୀୟ ଗୋସାଣିନୂଆଗାଁ ନିବାସୀ ପ୍ରେମାନନ୍ଦ ପାତ୍ରଙ୍କ ଝିଅ ପର୍ବତାରୋହି ମଧୁସ୍ମିତା ପାତ୍ର ଚଳିତ ମାସ ୧୨ ତାରିଖ ଦିନ ସକାଳ ୭ ଘଣ୍ଟା ୫ ମିନଟ ସମୟରେ ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ (୫,୮୯୫ମି) ପର୍ବତକୁ ସଫଳତାର ସହ ଆରୋହଣ କରିଛନ୍ତି । ସୂଚନା ଥାଉ କି, ମଧୁସ୍ମିତା ଜଣେ ତାଲିମ ପ୍ରାପ୍ତ ପର୍ବତାରୋହି ହୋଇଥିବା ବେଳେ, ୨୦୨୨ ମସିହାରେ ଭାରତୀୟ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଳୟ ପର୍ବତରୋହଣ ସଂସ୍ଥା ଏଚ଼ଏମଆଇ ଶିକ୍ଷା ଅନୁଷ୍ଠାନରୁ ଶିକ୍ଷାଲାଭ କରିଛନ୍ତି । ସେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଟ ଆଦି ଚଢ଼ିଥିବା ସହ ଚଳିତ ମାସ ୫ ତାରିଖରେ ମାନନୀୟ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ପ୍ରମୁଖ ସୁଶ୍ରୀ ମଧୁସ୍ମିତା ପାତ୍ରଙ୍କ ଉକ୍ତ କିଲିମାଞ୍ଜରୋ ଅଭିଯାନ ପାଇଁ ଜାତୀୟ ପତକା ଦେଇ ଶୁଭକାମନା ଜଣାଇ ଥିଲେ ।

ଚଳିତ ୧୩ ତାରିଖରେ ସକାଳ ୭ ଘଣ୍ଟା ୫ ମିନିଟ୍ ସମୟରେ ସୁଶ୍ରୀ ପାତ୍ର କିଲିମାଞ୍ଜରୋ ଶିଖରରେ (ଉହୁରୁ ପିକ୍) ପହଞ୍ଚି ନିଜ ଦେଶର ଜାତୀୟ ପତକାକୁ ଉଡାଇ ଥିଲେ । ବେସ୍ କିଛି ସମୟ ଶିଖରରେ ରହିବା ପରେ ପୁନର୍ବାର ବେଶ କ୍ୟାମ୍ପ ଦେଇ ତଳକୁ ଓଲ୍ହାଇ ଆସିଥିଲେ । ସୁଶ୍ରୀ ପାତ୍ର ବାୟୁସେନାର ପୂର୍ବତନ ଅଧିକାରୀ ପ୍ରେମାନନ୍ଦ ପାତ୍ର ଓ ମାତା ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠ କନ୍ୟା ହୋଇଥିବା ବେଳେ, ସେ ବର୍ତମାନ କମ୍ପୁଟର ଇଞ୍ଜିନୀୟର ଭାବେ ଟିସିସ୍ କମ୍ପାନୀ ଚେନ୍ନାଇରେ କାର୍ଯ୍ୟରତ ଅଛନ୍ତି । ଆଗାମି ଦିନରେ ସୁଶ୍ରୀ ପାତ୍ର ଅନ୍ୟ ମହାଦେଶର ଉଚ୍ଚତମ ପାହାଡ ଏବଂ ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବା ଲକ୍ଷ୍ୟ ରଖିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ।

ସେନେଇ ଆଜି ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା ବେଳେ, ଏଥିରେ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ଓ ସାମ୍ବାଦିକ ସୁଦୀପ ସାହୁ ପ୍ରମୁଖ ଉପସ୍ଥିତ ରହି ମଧୁସ୍ମିତାଙ୍କୁ ସମ୍ବର୍ଦ୍ଧନା ଜଣାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ଅଜିତ ପଣ୍ଡା, ଜ୍ୟୋତି ରଞ୍ଜନ ସାହୁ, ଶୋଭନ କୁମାର ନାୟକ, ସୁଧୀର ନାୟକ, ରବୀନ୍ଦ୍ର ସାହୁ, ସନ୍ତୋଷ ପଣ୍ଡା, ରାଜେନ୍ଦ୍ର ପାଣଗ୍ରାହୀ, ବିଷ୍ଣୁ ଚରଣ ରଣା ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି ଯେ, ସୁଶ୍ରୀ ପାତ୍ରଙ୍କ ପ୍ରତିଭା ନେଇ ତାଙ୍କ ଆଗାମୀ ଲକ୍ଷ ଓ ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମଧୁସ୍ମିତାଙ୍କୁ ସହଯୋଗ କରିବାରେ ସହାୟତା ପାଇଁ ଅନୁରୋଧ କରିବେ ବୋଲି ବିଧାୟକ କହଛନ୍ତି । ଏହି ସମୟରେ ଭାଇ ଅଭୟ ପାତ୍ର, ଭଉଣୀ ସୁଚିତ୍ରା ପାତ୍ର, ମହିମା ପାତ୍ର, ଦେବଦାସ ନାୟକ, ସମୀର, ପ୍ରୀତି, ଆଶିଷ, ନିକି, ଲକ୍ଷ୍ମୀଙ୍କ ସମେତ ବହୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ ବୃନ୍ଦ ଉପସ୍ଥିତ ଥିଲେ l

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.