ଫେବୃଆରି ୧୭ରେ ମୁକ୍ତି ଲାଭ କରିବ “ମାମା weds ପାପା”

0 19

୧୭ ଫେବୃଆରିରେ ମୁକ୍ତିଲାଭ କରିବାକୁ ଯାଉଛି ଚଳିତ ବର୍ଷର ବହୁପ୍ରତୀକ୍ଷିତ ଓଡିଆ ସିନେମା“ ମାମା WEDS ପାପା’ । ପ୍ରଯୋଜନା ସଂସ୍ଥା ଶ୍ରୀହାନ ସିନେକ୍ରିଏସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ଜିସିଆନଙ୍କ ସମେତ ଚଳଚ୍ଚିତ୍ର ଶିଛ୍ପ ସହ ସମ୍ପୃକ୍ତ ବହୁ ମାନ୍ୟଗଣ୍ୟବ୍ୟକ୍ତି ଯୋଗ ଦେଇଥିଲେ। ” ମାମା weds ପାପା” ପ୍ରାୟ ୩୦ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭକରିବ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।


ଶ୍ରୀହାନ ସିନେ କ୍ରିଏସନ ନିବେଦିତ ତଥା ବି.ଚନ୍ଦ୍ରପ୍ରିୟ ସୁବୁଦ୍ଧିଙ୍କ ପ୍ରଯୋଜିତ ଓ ଆପୁ କାନୁନଗୋ ନିର୍ଦ୍ଦେଶିତ ” ମାମା weds ପାପା” ର କାହାଣୀ ବେଶ୍ ନିଆରା | ସାଧାରଣତଃ ବାପା ମାଆମାନେ ପିଲାଙ୍କ ବାହାଘର କରିଥାନ୍ତି । କିନ୍ତୁ ଏଠି ଜଣେ କୁନିଝିଅ ତା” ବାପା ମା”ଙ୍କର ବାହାଘର କରାଉଛି | ଏମିତି ଏକ ରୋଚକ କଥାବସ୍ତୁକୁ ଆଧାର କରି ନିର୍ମିତ ହୋଇଛି ଚଳଚ୍ଚିତ୍ର “ ମାମା weds ପାପା” । ପ୍ରେମ ଓ ପାରିବାରିକ ପୃଷ୍ଠଭୂମି ଆଧାରିତ ଏହି ଚଳଚ୍ଚିତ୍ରରେ
ଆକ୍ସନ, ଇମୋସନ, ରୋମାନ୍ସ ସବୁକିଛି ଭରପୂର ରହିଛି ଯାହା ଦର୍ଶକଙ୍କୁ ବାନ୍ଧିରଖିବ ।
ଚଳଚ୍ଚିତ୍ରର ନାୟକ ଭୂମିକାରେ ଅଭିଷେକ ଥିବା ବେଳେ ନାୟିକା ଭୂମିକାରେ ଅଛନ୍ତି ରୀତିଶା ।
ଅନ୍ୟତମ ନାୟିକା ସାଜିଛନ୍ତି ପ୍ରିୟଙ୍କା ପାଣିଗ୍ରାହୀ। ବଲିଉଡ ଅଭିନେତା କ୍ରିଷ୍ଣା ଅଭିଷେକଙ୍କୁ ଏକ ଗୁହୁତ୍ବପୂର୍ଣ୍ ଭୂମିକାରେ ଦେଖିବାକୁ ମିଳିବ ଯାହା ଚଳଚ୍ଚିତ୍ର ପାଇଁ ୟୁଏସପି ସାଜିବ ।
ଅନ୍ୟାନ୍ୟ ଚରିତ୍ରରେ ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ପ୍ରଜ୍ଞା, ଡ. ରଜନୀରଞ୍ଜନ, ଗୁଡୁ, ଏଶ୍ଵର୍ଯ୍ୟା ଏବଂ ଶିଶୁ କଳାକାର ମୁନ୍ନି ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଯୁବ ନିର୍ଦ୍ଦେଶକ ଆପୁ କାନୁନଗୋ । ସଂଳାପ ରଚନା କରିଛନ୍ତି ଚିନ୍ନୟ ଦାଶ ପଟ୍ଟନାୟକ । ଗୀତରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ଅସାଦ ନିଜାମ। ବହୁଦିନ ପରେ ପରିବାରର ସମସ୍ତେ ଏକାଠି ବସି ଦେଖିବା ଭଳି ଏକ ସିନେମା ଆସୁଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ରହିବା ସ୍ଵଭାବିକ ।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.