ଏମସିଏଲ ଡିଜିଏମଙ୍କ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ

0 9

ସୁବର୍ଣ୍ଣପୁର : ବୁର୍ଲା ମହାନଦୀ କୋଲର୍ଡ ଫିଲଡ ଲିମିଟେଡ଼ ର ଡେପୁଟି ଜେନରାଲ ମ୍ୟାନେଜର ସଂଜିବ ମହାପାତ୍ର ନିଜ ସହ ଧର୍ମିଣୀଙ୍କ ସହ ବୌଦ୍ଧଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସେ ସଂଗ୍ରହାଳୟରେ ରଖାଯାଇଥିବା ବୌଦ୍ଧର ପ୍ରାଚୀନ ଐତିହ ପରମ୍ପରା କାରୁକାର୍ଯ୍ୟ, ସଂସ୍କୃତି,କୀତ୍ତିର୍ରାଜୀ ଓ ରାଜପରିବାରର ବିଭିନ୍ନ ସ୍ମାରକୀ ଦେଖି ଅଭିଭୁତ ହୋଇପଡିଥିଲେ । ଏହି ଐତିହାସିକ ସଂଗ୍ରହାଳୟ ଯୋଗୁଁ ପର୍ଯ୍ୟଟକମାନେ ବୌଦ୍ଧର ପ୍ରାଚୀନ ଇତିହାସ ଓ ବିଭିନ୍ନ ଚାଲି ଚଳଣି ସଂପର୍କରେ ଧାରଣା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ବୌଦ୍ଧ ଭଳି ଏକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗ୍ରହାଳୟ ସ୍ଥାପନ ଭଳି ଉଦ୍ୟମକୁ ଶ୍ରୀ ମହାପତ୍ର ପ୍ରଂଶସା କରିଥିଲେ । ପରିଦର୍ଶନ ସମୟରେ ଡିଆରଡିଏ ସିଷ୍ଟମ ଅଫିସର ନିରୋଜ ମିଶ୍ର, ଜିଲ୍ଲା ସାମ୍ବାଦିକ
ସଂଘର ସଭାପତି ରତ୍ନାକର ବେହେରା, ନୀଳଲୋହିତ ମହାପାତ୍ର ଉପସ୍ଥିତଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.