୧୯୮୩ ମସିହା ବ୍ୟାଚର ବନ୍ଧୁ ମିଳନ

0 41

ଯାଜପୁର :- ଏହି ଜିଲ୍ଲା ଅନ୍ତର୍ଗତ ରସୁଲପୁର ବ୍ଲକ ବ୍ରହ୍ମବରଦା ହାଜିରୀମିଆଁ ଉଚ୍ଚ ବିଦ୍ୟାଳୟର ୧୯୮୩ ମସିହା ବ୍ୟାଚର ବନ୍ଧୁ ମିଳନ ରବିବାର ଦିନ ମହାଆନନ୍ଦରେ ପାଳିତ ହୋଇଯାଇଛି ।ପୁରୁଣା ଛାତ୍ର, ଛାତ୍ରୀ ହିସାବରେ ପିଲାଦିନର ଗୁଣ ଗାରିମା ଓ ଜୀବନର ମହତ୍ତ୍ୱ ବର୍ଣ୍ଣନା କରିଥିଲେ ଜୀବନ କଣ ତାହା କିପରି ଗଢ଼ାଯାଏ ତାହା ଉପରେ ମତ ପ୍ରକାଶ କରାଯାଇଥିଲା । ରାଜ୍ୟର କୋଣ ଅନୁକୋଣରୁ କାର୍ଯ୍ୟରତ ପୁରୁଣା ବନ୍ଧୁ ଉକ୍ତ ବନ୍ଧୁମିଳନ ଉତ୍ସବରେ ଯୋଗ ଦେଇ ବେଶ ଖୁସି ଅନୁଭବ କରିଥିଲେ।ଏହି ଉତ୍ସବ ବିଗତ ୩୯ ବର୍ଷ ବ୍ୟବଧାନରେ ବନ୍ଧୁମିଳନ ହୋଇଥିବାରୁ ସମସ୍ତଙ୍କ ମନ ଉଲ୍ଲସୀ ହୋଇ ଉଠିଥିଲା , ଉତ୍ସବ ଆରମ୍ବରୁ ଦିବଙ୍ଗତ ଶିକ୍ଷକ, କର୍ମଚାରୀ ଓ ପୁରାତନ ଛାତ୍ରଛାତ୍ରୀ ଙ୍କ ନିମିତ୍ତ ଏକ ନିରବ ପ୍ରାର୍ଥନା କରାଯାଇଥିଲା ।ଏହି ବନ୍ଧୁ ମିଳନ ଉତ୍ସବରେ ବୟସ ଅଧିକ ହୋଇଥିଲେ ମଧ୍ୟ ସମୟ ବାହାର କରି ପୁରାତନ ଶିକ୍ଷକ ଶ୍ରୀ ପଦ୍ମନାଭ ସାହୁ, ଶ୍ରୀ ଉପେନ୍ଦ୍ର କୁମାର ସାହୁ,ଶ୍ରୀ କିଶୋର ଚନ୍ଦ୍ର ଜେନା ଯୋଗ ଦେଇ ପିଲାଦିନ ଓ ଅତୀତର ସୃତିଚାରଣ କରିଥିଲେ ଓ ତାଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ଆଶ୍ରିର୍ବାଦ କରିଥିଲେ ।ପୁରାତନ ଛାତ୍ରଛାତ୍ରୀମାନଙ୍କ ତରଫରୁ ପୂଜ୍ୟ ଗୁରୁଜୀ ଗୁରୁମାଙ୍କୁ ଉପହାର, ଉପକୌଢ଼ନ ଦେଇ ସମ୍ଭର୍ଦ୍ଦିତ କରାଯାଇଥିଲା ।ବନ୍ଧୁ ମିଳନରେ ପୁରାତନ ଛାତ୍ର ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ଡିସେମ୍ବର ମାସରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଘୋଷଣା କରକାଇଥିଲା ।ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ବନ୍ଧୁ ଚିତ୍ତରଞ୍ଜନ ବେହେରା, ଅବଦୁଲ ରସିଦ ଖାଁ, ସେକ ଅମାନତୁଲ୍ଲା, ପ୍ରବର୍ତ୍ତନ ଅଧିକାରୀ ବନ୍ଧୁ ସୁବାସ ଚନ୍ଦ୍ର ବଟ, ଶରତ ଚନ୍ଦ୍ର ପାଣ୍ଡେ, ତନବୀର ଅହମ୍ମଦ ଖାଁ ନିଜ ନିଜ ପିଲା ଦିନର ମହତବାଣୀ ପ୍ରଦାନ କରିଥିଲେ |ଜୀବନ ଏକ ସଂଘର୍ଷ ମୟୀ ମାଂସ ପିଣ୍ଡୁଳା , ମଣିଷ ଜନମ ଶ୍ରେଷ୍ଠ ଜନମ ପିଲାଦିନ ଗଲାପରେ ଆଉ ଆସେନାହିଁ ଫେରି ସେହିଁ ବାଲ୍ୟ ଜୀବନ ,ଜୀବନର ଅର୍ଥ ଖୋଜିଲେ ବନ୍ଧୁ ବା ସାଙ୍ଗ ଆଗେ ଆସେ ,ବନ୍ଧୁ ବିନା ଜୀବନ ଅସମ୍ଭବ ଉକ୍ତ ବନ୍ଧୁ ମିଳନ ସଭାଟିକୁ ସେକ ସକିଲ, ଅହମ୍ମଦ, ସେକ ତାସ୍ଲିମ ଅଲ୍ଲୀ, ଭଜମନ ବେହେରା, ସେକ ମେହେରାଜ ଅଲ୍ଲୀ, ଅବ୍ଦଦୁଲ ବାରୀ ଓ ଅନେକ ବନ୍ଧୁ ମିଳିମିଶି ଉକ୍ତ ବନ୍ଧୁମିଳନ ଉତ୍ସବଟିକୁ ଆୟୋଜନ କରିଥିଲେ ।ବିଜ୍ଞାନ ଓ ବୈଷୟିକ ବିଭାଗର କାର୍ଯ୍ୟରତ ଅନୁଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ରାଉତ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।ଆସନ୍ତୁ ସଭିଏଁ ମିଶି ଏ ଯନ୍ତ୍ର ମାନବ ଯୁଗକୁ ନୂଆକାରୀ ଭଲଭାବେ ଗଢି ତୋଳିବା , ଆଜିର ଶିଶୁଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଆମ ଦେଶର ନୂଆ ଆଶା ନୂଆ ଭରଷା, ନୂଆ ଦିଗନ୍ତ ସୃଷ୍ଟି କରିବ ବୋଲି ମତ ପାଇଥିଲା।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.