MKCG ମେଡିକାଲ୍ କଲେଜ ରେ ସ୍ବାସ୍ଥ୍ୟ ବିକାଶ ସମିତିର ବୈଠକ

0 4

MKCG ମେଡିକାଲ୍ କଲେଜ ରେ ସ୍ବାସ୍ଥ୍ୟ ବିକାଶ ସମିତିର ବୈଠକ ଦକ୍ଷିଣାଞ୍ଚଳ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ନିଉ Super Speciality କୋଠାର କାର୍ଯ୍ୟକ୍ଷମ, ଖାଲି ପଡ଼ିଥିବା ଡାକ୍ତର ଓ ପାରା ମେଡିକାଲ୍ ପଦବୀ ପୂରଣ, ଅସହାୟ ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ୟବସ୍ଥା, ଡାୟଲିସିସ୍ ବ୍ୟବସ୍ଥାର ସୁଦୃଢ଼ୀକରଣ, ପୂରାତନ Indoor Building ku ଭଙ୍ଗାଯାଇ ବହୁତଳ ପ୍ରାସାଦ ବିଶିଷ୍ଟ ନୂତନ Indoor Building ନିର୍ମାଣ ତଥା ଅନେକ ସମସ୍ୟା ବିଷୟରେ ଆଲୋଚନା କରାଯାଇ ସମାଧାନ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ବ୍ରହ୍ମପୁର ମହାନଗର ଆୟୁକ୍ତ ଶ୍ରୀ ବୋନ୍ଦାର ଙ୍କ ସହ DMET ଡ଼ା. ରମା ରଞ୍ଜନ ମହାନ୍ତି, ବିଜେଡି ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ । MKCG ମେଡିକାଲ କ୍ୟାମ୍ପସର ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଇଲୋଣ୍ଡି ଠାରୁ ବ୍ୟାଙ୍କ୍ କଲୋନୀ ପର୍ଯ୍ୟନ୍ତ ଏକ ବାଇପାସ୍ ରାସ୍ତା ନିର୍ମାଣ ସକାଶେ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟ ବିକାଶ ସମିତିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ର ଖାଲିଥିବା ପଦବୀ ପୂରଣ ସହିତ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି , ସ୍ନାୟୁବିଜ୍ଞାନ, ହୃଦରୋଗ, ୟୁରୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ ଏବଂ ବର୍ନ ୟୁନିଟ୍, ନେଫ୍ରୋଲୋଜି , ପ୍ରଭୂତି ବିଭାଗ ଗୁଡିକ ନୂତନ କୋଠାରେ ଅତିଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବିଧାୟକ ଶ୍ରୀ ପଣ୍ଡା ଗୁରୁତ୍ଵାରୋପ କରିଛନ୍ତି।

ଗଂଜାମ ଇପିଏ ରୁ ନରସିଂଘ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.