ଆସନ୍ତା ୨୭ ରେ ମୁଣ୍ଡ ଟେକିବ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ
ଶ୍ରୀମନ୍ଦିର ଚାରିପାଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ବିରୋଧ ରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ । ଅସନ୍ତା ୨୭ ତାରିଖରେ ଏହି ଆନ୍ଦୋଳନ ଓ ପଦଯାତ୍ରା ଅନୁଷ୍ଠିତ ହେବ। ୨୭ ତାରିଖ ଦିନ ୯ ଟା ରୁ ଏକ ବିରାଟ ପଦ ଯାତ୍ରା ଗୁଣ୍ଡିଚା ମନ୍ଦିର ରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ଅଭିମୁଖେ ଯିବ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମିଳନୀ ସୂଚନା ଦିଆଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ର ସଦସ୍ୟ ଜୀବନ କୁମାର ସାହୁ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚାରିପାଖରେ ଖନନ , ରତ୍ନ ଭଣ୍ଡାର ଚାବି ହାଯିବା , ଶ୍ରୀମନ୍ଦିର ଭିତରେ ଚୁଲି ଭାଙ୍ଗିବା ଘଟଣା ଆଦି ଘଟଣା କ୍ରମ ରୁ ଜଣାପଡିଛି ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମା ବି ଚିନ୍ତିତ ନୁହନ୍ତି । ଏହାର ପ୍ରତିବାଦ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ କରାଯାଉଥିବା ବେଳେ ଏଥିରେ ଜଗନ୍ନାଥ ପ୍ରେମୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି । ଆଜିର ସାମ୍ବାଦିକ ସମିଳନୀ ରେ ବିଜେପି ର ନେତା ଙ୍କ ସମେତ ଆର ଏସ ଏସ ର କର୍ମକର୍ତ୍ତା , ଭିଏଚପି ର କର୍ମକର୍ତ୍ତା , ଶ୍ରୀଜଗନ୍ନାଥ ସେନା ର କର୍ମକର୍ତ୍ତା ଏବଂ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ଆହ୍ୱାନ ଏହି ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ କରାଯାଉଥିବା ସାମ୍ବାଦିକ ସମିଳନୀ ରେ କୁହାଯାଇଛି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )