ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ବେଶ ଶାନ୍ତି ଶୃଙ୍ଖଳା ରେ ଲୋକମାନେ ବୁଥ କୁ ଯାଇ ମତଦାନ କରୁଥିବା ଦେଖିବାକୁ ମିଳିଛି l ଭୁବନେଶ୍ୱର ର ଘାଟିକିଆ ରେ ୨୩ ନମ୍ବର ୱାର୍ଡ ରେ ୧୧ ଟି ବୁଥ ରହିଛି l ଏଥିରୁ ଘାଟିକିଆ ରେ ୦୬ଟି, ଖଣ୍ଡଗିରି ବାରି ରେ ୦୨ଟି, ସେଣ୍ଟ ଅର୍ଣୋଲଡ଼ ସ୍କୁଲ ରେ ୦୨ଟି ଏବଂ ଡିଏଭି ରେ ଗୋଟିଏ ବୁଥ କରା ଯାଇଛି l ଏଥିରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୧୧,୫୦୦ ଥିବା ଜଣା ପଡିଛି l ଏହି ଅଂଚଳ ରେ ବହୁ ଭିନ୍ନ କ୍ଷମ ବ୍ୟକ୍ତି ମତ ସାବ୍ୟସ୍ଥ କରିବାକୁ ବିଭିନ୍ନ ବୁଥ କୁ ଯାଇ ମତ ଦାନ କରିଛନ୍ତି l ଯେହେତୁ ରାଜ୍ୟରେ ଖରା ର ପ୍ରକୋପ ରହିଛି ତେଣୁ ଆଜି ବୁଥ ଖୋଲିବା ପୁର୍ବୁରୁ ଲୋକମାନେ ମତଦାନ କରିବାକୁ ଧାଡି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା l ଦିନ ୧୨ଟା ସୁଦ୍ଧା କୋଣସି ଅପ୍ରୀତିକର ପରିସ୍ଥିତି ଘଟିନଥିବା ଜଣା ପଢିଛି l
ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )