ଘଂଚ ଜଙ୍ଗଲ ଏବଂ ପ୍ରାକୃତିକ ଝରଣା ମଧ୍ୟରେ ମୁର୍ଗା ମହାଦେବ

0 12

କେନ୍ଦୁଝର ଜିଲ୍ଲାରେ ଶିବ ମନ୍ଦିର ଭିତରେ ମୁର୍ଗା ମହାଦେବ ଅନ୍ୟତମ । ଘଂଚ ଜଙ୍ଗଲ ଏବଂ ପ୍ରାକୃତିକ ଝରଣା ମଧ୍ୟରେ ମହାଦେବ ଙ୍କ ମନ୍ଦିର ଅବସ୍ତିତ । ଏଠି ଝରଣା ରେ ଦେଖିବାକୁ ମିଳିଥାଏ ଇନ୍ଦ୍ରଧନୁର ସାତ ରଙ୍ଗ ଦେଖିବାକୁ ମିଳିଥାଏ।ମୁର୍ଗା ମହାଦେବ କାହିଁକି ପ୍ରସିଦ୍ଧ ସେ ବିଷୟ ଉପରେ ସଂକ୍ଷେପ ବିବରଣୀ କହୁଛୁ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ବନବାସ ଜୀବନ ଯାପନ କରୁଥିଲେ ସେ ଏହି ଘଂଚ ଜଙ୍ଗଲ ଏବଂ ଝରଣା ମଧ୍ୟରେ ଶିବ ଙ୍କ ଅରାଧନ କରୁଥିଲେ।ଏହି ଜଙ୍ଗଲ ରେ ବହୁ ମାତ୍ରା ରେ ମୃଗ ଥିଲେ ଏଣୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଏହି ପବିତ୍ର ସ୍ଥାନ କୁ ମୃଗେସ୍ଵର ମହାଦେବ ରେ ନାମିତ କରିଥିଲେ। କାଳ କ୍ରମେ ମୃଗେଶ୍ଵର ମହାଦେବ ରୁ ମୁର୍ଗା ମହାଦେବ ନାମରେ ପ୍ରସିଦ୍ଧ ହୋଇଥିଲେ। କେନ୍ଦୁଝର ଜିଲ୍ଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସେତିକି ପ୍ରସିଦ୍ଧଥିଲା ଝରଣା ପାଇଁ ରୁଣୁଝୁଣୁ ଶଦ୍ଦ ରେ ଆଉ ପ୍ରଫୁଲିତ କରିଥାଏ ଜନସାଧାରଣ କୁ ଯେଉଁ ଭକ୍ତ ମାନଙ୍କ ମାନସିକ ପୂରଣ ପାଇଁ ମୁର୍ଗା ମହାଦେବ ବ୍ରତ ରଖିଥାନ୍ତି ତାହା ଏଠି ପୂରଣ ହୋଇଥାଏ।ବିଶ୍ୱାସ ରେ ଭଗବାନ। ଶ୍ରାବଣ ମାସର ତୃତୀୟ ସୋମବାର । ଭାରତ ବର୍ଷର ପ୍ରତ୍ୟେକ ଶୈବ ପୀଠରେ ଶ୍ରଦ୍ଧାଳୁମାନଙ୍କର ଭିଡ ଦେଖିବାକୁ ମିଳିଥାଏ । ଶ୍ରାଦ୍ଧାଳୁମାନେ ନଦୀମାନଙ୍କୁ ଜଳ ନେଇ ଶୈବ ପୀଠରେ ଜଳାଭିଷେକ କରିଥାନ୍ତି । ଏ ନେଇ ସମସ୍ତ ଶୈବ ପୀଠରେ ଭକ୍ତମାନଙ୍କ ମହଳି ଦେଖିବାକୁ ମିଳିଥାଏ । ଯୋଡା ବ୍ଲକର ଦେଓଝର ପଞ୍ଚାୟତ ଅନ୍ତର୍ଗତ ମୁର୍ଗା ମହାଦେବ ଶୈବ ପୀଠରେ ପ୍ରତିବର୍ଷ ଆଜି ଦିନରେ ହଜାର ହଜାର କାଉଡିଆ ବୈତରଣୀରୁ ଜଳ ନେଇ ମୁର୍ଗା ମହାଦେବଙ୍କ ଉପରେ ଜଳାଭିଷେକ କରିଥାନ୍ତି । ଏଠାରେ ଭକ୍ତର ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଏପରିକି ରାତି ୩ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଜଳାଭିଷେକ ପାଇଁ ୧୨ କି.ମି. ବ୍ୟାପ୍ତି ରାସ୍ତା ରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହା ଝାରଖଣ୍ଡର ସୀମାନ୍ତବର୍ତ୍ତି ଅଞ୍ଚଳରେ ଅବସ୍ଥିତ ଥିବା ବେଳେ ଏଠାକୁ ଓଡିଶା ଏବଂ ଝାରଖଣ୍ଡ ରାଜ୍ୟର ଭକ୍ତମାନେ ଜଳାଭିଷେକ ପାଇଁ ଛୁଟିଆସିଥାନ୍ତି । ଅହରାତ୍ର ଏହି ମନ୍ଦିର ନିକଟରେ ଭଜନ କିର୍ତ୍ତନ ସମାରୋହ ଦେଖିବାକୁ ମିଳିଥାଏ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ଭକ୍ତମାନଙ୍କର ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏହି ଭିଡକୁ ନିୟନ୍ତ୍ରିତ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥାଏ।

ବଡ଼ବିଲ ଇପିଏ ରୁ ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.