ଝିକ ମିକ ଲାଇଟ ସାଙ୍ଗକୁ ମାଇଁ କମ୍ଫୋର୍ଟ ରେଷ୍ଟୁରାଣ୍ଟ
(ମଦ ଦୋକାନ ଆପଣଙ୍କ ଅପେକ୍ଷାରେ)
ବରୀ ବରୁଆଁ ଏମଡିଆର ରାସ୍ତା ଶଂକାରୀଗଡା ଓ ସାହାସପୁର ଛକ ମଧ୍ୟରେ ଏକ ନୂତନ ମଦ ଦୋକାନ ଗଢି ଉଠିଛି ।ଦିନରେ ପ୍ରବଳ ଗରମ ଓ ରାତିରେ ନାନାଦି ରଙ୍ଗ ବେରଙ୍ଗ ଲାଇଟ ସାଙ୍ଗକୁ , ମାଇଁ କଂଫୋର୍ଟ ରେଷ୍ଟୁରାଣ୍ଟ ଗ୍ରାହକ ମାନଙ୍କୁ ସ୍ୱାଗତ କରିବା ଉଦ୍ବେଶରେ ଅନାଇବସିଛି ।ଗ୍ରାହକ ବି ଖୁସ ,ମାଲିକ ବି ଖୁସ ଏଇ ଏଇ ଯାଇଛି ପଞ୍ଚାୟତ ନିର୍ବାଚନ ଆଗକୁ ଆସୁଛି ବାହାଘର ଓ ପୁଣି ସାଧାରଣ ନିର୍ବାଚନ । ଝଟ ଝଟ ବେପାର ଆରମ୍ଭ କରିଦେବାକୁ ତତ୍ପର ଲୋକେ ନାମ ନିଅନ୍ତୁ ,ଆମର ଢୋ , ଆପେ ଉନ୍ନତି ହେଲେ ଲୋକେ କହିବେ ବା ବା ,ପୁଣି ସମାଜସେବୀ କହି କିଛି ଦାନ ଧ୍ୟାନ କରିଦେବା ।ସୂଚନା ଅନୁଯାୟୀ ଏହି କଂଫୋର୍ଟ ରେଷ୍ଟୁରାଣ୍ଟ ଓ ମଦ ଦୋକାନ କିମ୍ଭିରିଆପାଳ ପଞ୍ଚାୟତ ଅଧୀନରେ ଯାଉଥିବା ସ୍ଥଳେ ଏଠାରେ ଦୁଇ ଦୁଇଟି ଶିକ୍ଷାପ୍ରତିଷ୍ଠାନ ଅଛି ହେଲେ ବେଧଡ଼କ ଭାବେ ଏହି ମଦ ଦୋକାନ ଖୋଲିବାକୁ କିପରି ନିର୍ଦେଶ ମିଳିଲା ତାହା ଆଜି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି ।ଏପରିକି କିଛି ବୁଦ୍ଧିଜୀବୀ ସରକାରଙ୍କୁ ମଦ ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କରିବାକୁ ନିଵେଦନ କରିଛନ୍ତି।
ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )