ପାଣି ପଞ୍ଚାୟତ ନିର୍ବାଚନରେ ନରସିଂହ ସାହୁ ସଭାପତି ନିର୍ବାଚିତ
ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଜଳସମ୍ପଦ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମସିହାଖାଲି ପାଣିପାଞ୍ଚାୟତ ନିର୍ବାଚନ ପାଇଁ ସଭାପତି ପାଇଁ ନରସିଂହ ସାହୁ, ସମ୍ପାଦକ ପାଇଁ ପ୍ରିୟମ୍ବଦା ପାଢ଼ୀ, କୋଷାଧ୍ୟକ୍ଷ ପାଇଁ M. ବେଦବର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବା ଯୋଗୁଁ ନିର୍ବାଚନ ଦାୟିତ୍ୱ ରେ ଥିବା ନିର୍ବାଚନ ଅଧିକାରୀ ସୋରଜ କୁମାର ପ୍ରହରାଜ ଓ ରାମକୃଷ୍ଣ ସାହୁ ଏମାନଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ ଘୋଷଣା କରିଥିଲେ ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )