ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀ ଗସ୍ତରେ

0 48

ପୁରୀ ଗସ୍ତରେ ଆସି ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମହାପ୍ରଭୁ ଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ବେଆଇନ ନିର୍ମାଣ ପ୍ରସଙ୍ଗ ନେଇ ମତ ରଖିଥିଲେ।। ହାଇକୋର୍ଟରେ ଏ ଏସ ଆଇ ର ସତ୍ୟପାଠ ଏବେ ରାଜ୍ୟ ସରକାରଙ୍କ ଅସଲ ଚେହେରା ପଦା ରେ ପଡିଥିବା ସେ କହିଛନ୍ତି । ଦେଶରେ ସମ୍ବିଧାନ ର ଯେଉଁ ନୀୟମ ରହିଛି ଖୋଦ ରାଜ୍ୟ ସରକାର ଏହାର ଉଲଘଂନ କରିବା ଦୁଃଖ ଦାୟକ ବୋଲି ସମ୍ବିତ କହିଛନ୍ତି। ଶ୍ରୀମନ୍ଦିର ଏକ ଐତିହ କୀର୍ତ୍ତିରାଜି ।

ଏହାର 100 ମିଟର ଭିତରେ କୌଣସି ନିର୍ମାଣ କାର୍ଯ୍ୟ ନିଷିଦ୍ଧ ବୋଲି nma ର ନୀୟମ ରହିଛି। ତେବେ ରାଜ୍ୟ ସରକାର ନିଜର ଜିଦ ଖୋର ଓ ଅହଂକାର ମନ ନେଇ ଏହି ବେଆଇନ କାର୍ଯ୍ୟ କରିବା ଦୁର୍ଭାଗ୍ୟ ର ବିଷୟ ବୋଲି ସମ୍ବିତ କହିଛନ୍ତି । ଶ୍ରୀମନ୍ଦିର ଚାରିପଟେ 30 ରୁ 40 ଫୁଟ ଗାତ ଖୋଳା ଯାଇ ଥିବା ବେଳେ ଭାଗ୍ୟ ଭଲ କୌଣସି ବର୍ଷା ହୋଇ ନାହିଁ । ନ ହେଲେ ଶ୍ରୀମନ୍ଦିର ଭିତ୍ତିଭୂମି ଦୁର୍ବଳ ହୋଇ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥାନ୍ତା। । ସମ୍ବିତ ପାତ୍ର ନିଜେ ନିର୍ମାଣ ସ୍ଥଳୀ ବୁଲି ଯେଉଁ ଭଳି ବଡ଼ ବଡ଼ ଗର୍ତ କରାଯାଇ , ପିଲାର କରାଯାଇଛି ତାହା କଣ ଶୌଚାଳୟ ନିର୍ମାଣ ପାଇଁ ଏହି କାର୍ଯ୍ୟ ବୋଲି କି ସେ ପୁରୀ ସାଂସଦ ପିନାକୀ ମିଶ୍ର ଙ୍କୁ ପ୍ରଶ୍ନ କରିଛନ୍ତି । ଏଥି ସହିତ ସମ୍ବିତ ପୁରୀ ଏମପି ପିନାକୀ ମିଶ୍ର ଙ୍କୁ ଖୁଲମ ଖୁଲା ଚଲେଞ୍ଜ ଦେଇ କହିଛନ୍ତି ସେ ପୁରୀ ରେ ଅଛନ୍ତି । ପିନାକୀ ପୁରୀ ଆସି ତାଙ୍କୁ ଏହା କେଵଳ ଶୌଚାଳୟ ନିର୍ମାଣ ନେଇ କାର୍ଯ୍ୟ ହେଉଥିବା ପ୍ରମାଣ କରନ୍ତୁ ବୋଲି ସମ୍ବିତ କହିଛନ୍ତି । ସେ ବିକାଶ କାର୍ଯ୍ୟ କୁ ବିରୋଧ କରୁନାହାନ୍ତି ।।କିନ୍ତୁ ଶ୍ରୀମନ୍ଦିର କୁ କ୍ଷତିଗ୍ରସ୍ତ କରି ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କୁ ସେ ବିରୋଧ କରୁଥିବା ସମ୍ବିତ କହିଛନ୍ତି ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.