ନବୀନ ପଟ୍ଟନାୟକ ବରିଷ୍ଟ ନାଗରିକ ତିର୍ଥ ଯାତ୍ରା ଯୋଜନାର ଶୁଭlରମ୍ବ
ରାୟଗଡ଼ା ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କଲେ ଛଅଟି ଜିଲ୍ଲାର ୯୭୦ ଯାତ୍ରୀ
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଟ ନାଗରିକ ତିର୍ଥ ଯାତ୍ରା ଯୋଜନାର ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣେଇବା ସହ ରାୟଗଡ଼ା ରେଳଷ୍ଟେସନ ଠାରେ ବାର୍ତ୍ତା ପ୍ରସାରିତ ସହ ତୀର୍ଥ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନଟିକୁ ରାୟଗଡ ଷ୍ଟେସନରୁ ଶୁଭlରମ୍ବ କରିଛନ୍ତି ।
ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡ଼ା ଷ୍ଟେସନରେ ବରିଷ୍ଟ ତୀର୍ଥଯାତ୍ରୀଙ୍କୁ ଦେଖିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭିଡିଓ ବାର୍ତ୍ତାର ସ୍କ୍ରିନିଂ ଦ୍ୱାରା ଧନ୍ୟବାଦ ଅର୍ପଣ ପ୍ରଦାନ ପରେ ତୀର୍ଥଯାତ୍ରୀମାନଙ୍କୁ ପାଞ୍ଚଟି ଡମ୍ମି ଟିକେଟ୍ ଏବଂ ପାଞ୍ଚଟି କିଟ୍ ବ୍ୟାଗ୍ ବଣ୍ଟନ କରାଯାଇଥିଲା ।ତାପରେଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ରାୟଗଡ଼ା ଷ୍ଟେସନରୂ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ତା:୨୮/୦୪/୨୩ରେ ବାହାରି ଯାଇଛନ୍ତି । ପ୍ରଥମେ ରାୟଗଡା ରେଳ ଷ୍ଟେସନରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ଓ ଗୁଣପୁର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଜିଲ୍ଲା ବିଜେଡି ସଭାପତି ସୁଧିର ଦାସ,ସ୍ୱତନ୍ତ୍ର ଉର୍ନ୍ନୟନ କମିଟିର ଅଧ୍ୟକ୍ଷା ଅନୁସିୟା ମାଝୀ ଙ୍କ ଆଗମନ ପରେ ରାୟାଗଡା ରେଳ ଷ୍ଟେସନରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ / ପରାମର୍ଶଦାତା ଆଗମନ ସକାଶେ ୧୨.୦୫ ସମୟରେ ଜିଲ୍ଲାପାଳ ସ୍ୱଧାଦେଵ ସିଙ୍ଗ,ଏଡିଏମଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା । ତାପରେ ମାନ୍ୟବର ମନ୍ତ୍ରୀ , ବିଧାୟକ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ନିଜର ସମ୍ଭାଷଣ ରଖିଥିଲେ ।ବରିଷ୍ଟ ନାଗରିକ ତିର୍ଥ ଯାତ୍ରା ଯୋଜନାରର ପରାମର୍ଶଦାତା ଶ୍ରୀ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଏଡିଏମ୍,ଡିଆଈପିଆରଓ,ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ।
ମାନ୍ୟବର ମନ୍ତ୍ରୀ ଓ ବିଧାୟକଙ୍କ ଦ୍ୱାରା ରିବନ୍ କାଟିବା ପରେ ରେଳଷ୍ଟେସନରେ ମାନ୍ୟବର ମନ୍ତ୍ରୀ,ବିଧାୟକଙ୍କ ଦ୍ୱରା ତିରୁପତି-ଭେଲୋର-ଶ୍ରୀ କାଲାହସ୍ତିକୁ ଟ୍ରେନ୍ରୁ ଫ୍ଲାଗ୍ ଦେଖାଇବା ପରେ ଟ୍ରେନ ଛାଡିଥିଲା । ଏହି ସ୍ବତନ୍ତ୍ର ଟ୍ରେନରେ ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ମାଲକାନଗିରି ଜିଲ୍ଲା, ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲାରୁ ମୋଟ ୯୭୦ ଜଣ ବରିଷ୍ଠ ନାଗରିକ ଓ ସେମାନଙ୍କ ସହ ଜିଲ୍ଲା ପ୍ରଶାସନର ୩୦ ଜଣ ଗାଇଡ୍ ଏହି ଯାତ୍ରାରେ ବାହାରିଛନ୍ତି। ଆଇଆରଟିସି ପକ୍ଷରୁ ୩୦ଜଣ ଗାଇଡମାନେ ଯାତ୍ରା ସମୟରେ ଯାତ୍ରୀଙ୍କ ପରିବହନ ଓ ପ୍ରତ୍ୟାବର୍ତ୍ତନର ସମସ୍ତ ସୁବିଧା ସହ ହିତକାରୀ ସାକାହାର ଖାଦ୍ୟ ବ୍ୟବସ୍ଥା ସହ ସମସ୍ତ ପ୍ରକାର ବହନ କରୁଥିବା ଜଣାପଡିଛି । ସମସ୍ତ ଯାତ୍ରୀଙ୍କ ୫ ଦିନ ୬ ରାତି ର ଏହି ଯାତ୍ରା ରାୟଗଡ଼ା ଷ୍ଟେସନରୂ ୨୮/୦୩/୨୩ ତାରିଖରେ ତିରୁପତି ,ଏଲୁରୁ, ଶ୍ରୀକାଲାହସ୍ତି ଅଭିମୁଖେ ଯାତ୍ରା ଆରମ୍ଭ କରି ୦୨/୦୩/୨୩ ତାରିଖରେ ସରିବା ପରେ ସମସ୍ତ ଯାତ୍ରୀଙ୍କ ନିଜ ନିଜ ଜାଗାକୁ ଫେରିବେ । ଉକ୍ତ ସ୍ୱତନ୍ତ୍ର ଟ୍ରେନରେ ସମୂଦାୟ ୧୫ଟି ବଗିରେ ୯୭୦ ଜଣ ଯାତ୍ରୀ ଯାତ୍ରା ସମୟରେ କୈାଣସି ଅସୁବିଧା ଯେମିତି ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ଡାକ୍ତର ଟ୍ରେନରେ ପଠାଇଛନ୍ତି । ଛଅଟି ଜିଲ୍ଲାର ବରିଷ୍ଠ ନାଗରିକ ତା:୨୭/୦୩/୨୩ରିଖ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଆତିଥେୟ କରିବା ସହ ଯାତ୍ରୀ ମାନଙ୍କ ରହିବା ନିମନ୍ତେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ, ଜିସିଡ଼ି ଉଚ୍ଚଵିଦ୍ୟାଳୟ, ଟାଉନ ହଲ ଏବଂ ବସାଷ୍ଟାଣ୍ଡ ଡରମେଟ୍ରି ଠାରେ ବ୍ୟପକ ବ୍ୟବସ୍ଥା କରାଯିବା ସହ ଅଶୋକ କଲ୍ୟାଣ ମଣ୍ଡପରେ ସମସ୍ତ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେଠାରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଭଜନ ସମାରୋହ କରାଯାଇଥିଲା । ଏହି ତି୍ର୍ଥଯାତ୍ରା ସକାଶେ ସମସ୍ତ ପ୍ରକାର ସୁବିଧା କରିଛି ଯାହା କି କେନ୍ଦ୍ର ପର୍ଯ୍ୟଟନ ବିଭାଗ ସାଥିରେ ଏମଓୟୁ ହୋଇଥିବା କହିଛନ୍ତି ଡଃ କ୍ରାନ୍ତି ସାୱରକର ଜୟେଣ୍ଟ ଜେନେରାଲ ମ୍ୟାନେଜର କହିଛନ୍ତି । ସେହିପରି ବାଲମୁକୁନ୍ଦ ଭୂୟାଁ ଅତିରିକ୍ତ ଶାସନ ସଚିବ(ଓଡ଼ିଶାର ପର୍ଯ୍ୟଟନ ବିଭାଗ),ବିଶ୍ୱଜୀତ ରାଉତରାୟ,ଜୟେଣ୍ଟ ଡାଇରେକ୍ଟର/ଜୟେଣ୍ଟ ସେକ୍ରେଟାରୀ, ସରଜ କୁମାର ଜେନା, ଟି ଗଣେଶ ସହ ଏଡିଏମ୍ ଧର୍ମାନନ୍ଦ ବେହେରା,ଡିଆଇପିଆରଓ ବସନ୍ତ ପ୍ରଧାନ,ପିଡି ୱଟରଷେଡ ଦୟାନିଧି ବାଗ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉ କି ଯେ,ଚଳିତବର୍ଷ ୨୦୨୨-୨୩ ବର୍ଷ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବରିଷ୍ଟ ନାଗରିକ ତିର୍ଥ ଯାତ୍ରା ଯୋଜନା ଅଧୀନରେ ପାଞ୍ଚଟି ରେଳ ଷ୍ଟେସନରୂ ତୀର୍ଥଯାତ୍ରା ଆୟୋଜନ କରିଛନ୍ତି । ସେଗୁଡିକ ହେଲା ଯଥାକ୍ରମେ ବ୍ରହ୍ମପୁର ଷ୍ଟେସନରୂ ୫ଟି ଜିଲ୍ଲା, ବାଲେଶ୍ଵର ଷ୍ଟେସନରୂ ୫ଟି ଜିଲ୍ଲା, ଭୁବନେଶ୍ୱର ଷ୍ଟେସନରୂ ୬ଟି ଜିଲ୍ଲା,ସମ୍ବଲପୁର ଷ୍ଟେସନରୂ ୮ଟି ଜିଲ୍ଲା, ରାୟଗଡ଼ା ଷ୍ଟେସନରୂ ୬ଟି ଜିଲ୍ଲାରୁ ଆସି ଯାତ୍ରା କରିବେ ।ଏହା ଫେବୃଆରୀ ମାସର ୨ୟ ସପ୍ତାହ ଓ ୪ର୍ଥ ସପ୍ତାହ, ମାର୍ଚ୍ଚ ମାସର ୧ମ ସପ୍ତାହ, ୨ୟ ସପ୍ତାହ, ୪ର୍ଥ ସପ୍ତାହରେ ୫ଦିନ ଓ ୬ରାତି ପାଇଁ ନିର୍ଦ୍ଦିଷ୍ଟ ହୋଇଛି । ତୀର୍ଥଯାତ୍ରୀ ମାନେ ଵ୍ରହ୍ମପୁର ଷ୍ଟେସନରୂ ରାମେଶ୍ଵର ଓ ମଦୁରାଇ,ବାଲେଶ୍ଵର ଷ୍ଟେସନରୂ ହରିଦ୍ଵାର ଋଷିକେଶ, ଭୁବନେଶ୍ୱର ଷ୍ଟେସନରୂ ଆଜମେର ପୁଷ୍କର,ସମ୍ବଲପୁର ଷ୍ଟେସନରୂ ଶିରିଡ଼ି ନାସିକ, ରାୟଗଡ଼ା ଷ୍ଟେସନରୂ ତିରୁପତି ଏଲୁରୁ ଶ୍ରୀ କାଲାହସ୍ତି ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି । ଏହା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ୨୦୨୨-୨୩ବର୍ଷ ସକାଶେ ତୀର୍ଥଯାତ୍ରା ପାଇଁ ଆଗ୍ରହୀ ପ୍ରେରକ ନାଗରିକଙ୍କ ଠାରୁ ଆବେଦନକୁ ନିମନ୍ତ୍ରଣ କରିବା ସକାଶେ ଏକ ବିସ୍ତୃତ ବିଜ୍ଞାପନ ୧୫/୧୨/୨୦୨୨ରିଖରେ ଅଗ୍ରଣୀ ଓଡିଆ ଦୈନିକ ଖବରକାଗଜରେ ପ୍ରକାଶିତ ହୋଇଥିଲା |
ଏଥି ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରତି ଗାଁ ଠୁ ସହର ପର୍ଯ୍ୟନ୍ତ ବ୍ୟାପକ ପ୍ରଚାର ନିମନ୍ତେ ଚିଠି ହୋଇଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ପଦକ୍ଷେପ ଏହି ବରିଷ୍ଠ ନାଗରିକଙ୍କ ପାଇଁ ଦେଶର ଗୁରୁତ୍ୱପୂର୍ଣ୍ଣ ତୀର୍ଥ କେନ୍ଦ୍ର ପରିଦର୍ଶନ କରିବାର ସୁଯୋଗ ଦେବା ପାଇଁ ଉଦ୍ଦିଷ୍ଟ |
ସୂଚନାଯୋଗ୍ୟ କି ଯେ ୨୦୧୬ ମସିହାରୁ ରାଜ୍ୟ ସରକାର ୬୦ରୁ ୭୫ ବର୍ଷ ବୟସର ଗରିବ ନାଗରିକଙ୍କ ପାଇଁ ଏହି ତୀର୍ଥଯାତ୍ରୀ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ।
ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )