ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ
ଗଜପତି ଜିଲ୍ଲାର ନୂଆଗଡ ଠାରେ ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟଟି ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ।
ଏହି ଅବସରରେ ଗଜପତି ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହି ଅଧିକାରୀ ରୋମାଞ୍ଚଳ ଖମାରୀ, ନୂଆଗଡ ତହସିଲଦାର କୁରେଶ ଚନ୍ଦ୍ର ଜାନୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୂପ ଅଭିଷେକ ବେହେରା, ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ସମେତ ରାଜସ୍ୱ ନିରୀକ୍ଷକ, ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜନସଧାରଣ ଉପସ୍ଥିତ ଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )