ବିଜୁ ଜନତା ଦଳରେ ନୂଆ ନିଯୁକ୍ତି ସଦସ୍ୟବୃନ୍ଦ

0 12

ଭୁବନେଶ୍ୱର :ବିଜୁ ଜନତା ଦଳରେ ନୂଆ ନିଯୁକ୍ତି ନେଇ ବିଜେଡି ସୁପ୍ରିମୋ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି | ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦିଆଯାଇଛି | ତେବେ ଏହି ବିଜ୍ଞପ୍ତି ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏଥିରେ ୫ ଜଣଙ୍କୁ କାର୍ଯ୍ଯକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।ଇପ୍ସିତା ସାହୁଙ୍କୁ ଛାତ୍ର ବିଜେଡିର ମହାସଚିବ ଦାୟିତ୍ବ ମିଳିଥିବାବେଳେ । ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ସ୍ବାଇଁ, ବିଶ୍ବ ପ୍ରତାପ ସାହୁ ଓ ମିକୁ ପ୍ରଧାନକୁ କାର୍ଯ୍ଯକାରୀ ସଭାପତି ଦାୟିତ୍ବ ମିଳିଛି। ସେହିପରି ୫୧ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୬୧ ଜଣଙ୍କୁ ସମ୍ପାଦକ ଦାୟିତ୍ବ ମିଳିଥିବା ବେଳେ ୨୬ଯୁଗ୍ମ ସମ୍ପାଦକ ୮ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୭ ଜଣଙ୍କୁ ଜୋନାଲ ସଭାପତି ଦାୟିତ୍ବ ଦିଆଯାଇଛି। ୧୦ ଜଣଙ୍କୁ ଉପସଭାପତି, , ୩୫ ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ବିବରଣୀ ଗୁଡିକୁ ପ୍ରକାଶ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ |

ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.