ବିକେଏମୟୁ ତରଫରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

0 120

ବିଭିନ୍ନ ସମସ୍ୟା ନେଇ ଭାରତୀୟ କ୍ଷେତ ମଜଦୂର ୟୁନିଅନ(ବିକେଏମୟୁ) ତରଫରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଭାରତୀୟ କ୍ଷେତ ମଜଦୂର ୟୁନିଅନ(ବିକେଏମୟୁ)ର ରାଜ୍ୟ ସଭାପତି ଜେନା ସୁବାଷଚନ୍ଦ୍ର ରାଓଙ୍କ ନେତୃତ୍ୱରେ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା ବହୁସଂଖ୍ୟକ ପ୍ରକୃତ ହିତାଧିକାରୀ ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘୋରାଉ କରିଥିଲେ ।

ଏଥିରେ ସିପିଆଇ ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି ଯୋଗଦେଇ ଉଦବୋଧନ ଦେଇଥିଲେ । ଭାରତୀୟ କ୍ଷେତ ମଜଦୂର ୟୁନିଅନ(ବିକେଏମୟୁ)ର ରାଜ୍ୟ ସଭାପତି ଶ୍ରୀ ରାଓ ଓ ପୂର୍ବତନ ବିଧାୟକ ତଥା ସିପିଆର ବରିଷ୍ଠ ନେତା ଶ୍ରୀ ରେଡ୍ଡ୍ି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ନିଜନିଜ ଭାଷଣରେ ତୀବ୍ର ପ୍ରତିବାଦ କରିବା ସହ ସମାଲୋଚନ କରିଥିଲେ । ଏହାପରେ ସେମାନେ ୨୭ଦଫା ସମ୍ବଳିତ ଦାବୀପତ୍ର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଓ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଦାବୀପତ୍ରଟି ଗ୍ରହଣ କରିଥିଲେ । ଉକ୍ତ ଦାବୀପତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ବାଦଦେଇ ପ୍ରକୃତ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା, ଗରିବ ଲୋଙ୍କଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବା, ଜିଲ୍ଲାରେ ହେଉଥିବା ବେଆଇନ କାର୍ଯ୍ୟ ଓ ଦୁର୍ନୀତିକୁ ରୋକିବା ଏବଂ ସେଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସମସ୍ତ ଚାଷଜମିକୁ ଜଳସେଚନ ବ୍ୟାବସ୍ଥା କରିବା, ୨ଶହ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବା, ସଂଶୋଧିତ ଜଙ୍ଗଲ ଜମି ଅଧିକାର ଆଇନକୁ ପ୍ରତ୍ୟାହାର କରିବା, ଆବାସ ଯୋଜନା ଅର୍ଥରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ବେରୋଜଗାର ଯୁବକ ଯୁବତୀଙ୍କୁ ମାସିକ ୧୦ହଜାର ଟଙ୍କା ଲେଖାଁଏ ବେକାରୀ ଭତ୍ତା ପ୍ରଦାନ କରିବା, ଭିନ୍ନକ୍ଷମ ଭତ୍ତା ୧୦ହଜାର ଟଙ୍କାକୁ ବୃଦ୍ଧି କରିବା, ବାର୍ଦ୍ଧକ୍ୟ ଭତ୍ତା ମାସିକ ୫ହଜାର ଟଙ୍କା ପ୍ରଦାନ କରିବା ବେଆଇନ ଭାବେ ସରକାରୀ କର୍ମଚାରୀ ଓ ବେସରକାରୀ ଲୋକ ମାନେ ଠୁଳ କରିଥିବା ସମ୍ପତ୍ତିର ଯାଞ୍ଚ କରିବା, ଦୁର୍ନୀତି ଓ ବେଆଇନ କାରବାରକୁ ନିୟନ୍ତ୍ରଣ କରିବା ସକାଶେ ସର୍ବଦଳୀୟ କମିଟି ଗଠନ କରିବା, ବେଆଇନ ଭାବେ ସରକାରୀ ଜମି ଜବରଦଖଲ ହୋଇଥିବା ଜମିକୁ ଉଚ୍ଛେଦ କରିବା ସମେତ ବିଭିନ୍ନ ଦାବୀ ଗୁଡିକ ଉଲ୍ଲେଖ ରହିଛି ।

ଗଜପତି ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.