ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବଂଶଧାରା ନଦୀରେ ଛଡାଗଲା ୨ଲକ୍ଷ୫୦ହଜାର ମାଛ ଜାଆଁଳା

0 2

ରାମନାଗୁଡା : ଦିନକୁ ଦିନ ନଦୀରେ ମାଛ ବଂଶ ଲୋପ ପାଇଯାଉଛି ଏଥିପାଇଁ ସରକାର ଙ୍କ ନିର୍ଦ୍ଧେଶ ପରେ ରାୟଗଡ଼ା ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଚଳିତ ବର୍ଷ ବଂଶଧାରା ନଦୀରେ ୭ଲକ୍ଷ୫୦ ହଜାର ମାଛ ଯାଆଁଳା। ଛାଡ଼ିବା ପାଇଁ ଲକ୍ଷ ରଖିଛି l ରାମନାଗୁଡ଼ା ବ୍ଲକ ଗୁମୁଡ଼ା ବଂଶଧାରା ନଦୀରେ ମାଛବଂଶ ବୃଦ୍ଧି କରିବା ସକାଶେ ରାୟଗଡ଼ା ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଅଭିନବ ପ୍ରୟାସ କରିଛି। ବିଭିନ୍ନ ପ୍ରଜାତିର ମାଛ ଜାଆଁଳା ଛଡାଯାଇଛି। ବିଭିନ୍ନ ପର୍ଯ୍ୟାୟରେ ବଂଶଧାରା ନଦୀରେ ୭ଲକ୍ଷ ଉର୍ଦ୍ଧ୍ବ ମାଛ ଜାଆଁଳା ଛଡାଯିବ।ଆଜି ୨ଲକ୍ଷ୫୦ହଜାର ମାଛ ଜାଆଁଳା ଛଡ଼ାଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଭାମିନୀ ସରପଞ୍ଚ ରିତୁ ପ୍ରଭା ଗମାଙ୍ଗ ଯୋଗ ଦେଇ ମାଛ ଯାଆଁଳା ଛାଡିଥିଲେ।

ଆଗକୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ନଦୀ କୁ ସଂଯୋଗ କରୁଥିବା ଛୋଟ ଛୋଟ ନାଳ ରେ ମଧ୍ୟ ମାଛ ଜାଆଁଳା ଛଡ଼ାଯିବ।ଫଳରେ ମାଛ ବଂଶ ବୁଦ୍ଧି ପାଇବ ।ଆଉ ନିଜର ବୃତ୍ତି ପ୍ରତି ବିମୁଖ ଥିବା ମତ୍ସ୍ୟ ଯିବି ମାନଙ୍କ ଆର୍ଥିକ ରୋଜଗାର ବୃଦ୍ଧି ରେ ସହାୟକ ହେବ ବୋଲି ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ସୂଚନା ଦେଇଥିଲେ। ସେହିଭଳି କଳାହାଣ୍ଡି ଡେପୁଟି ମତ୍ସ୍ୟ ଅଧିକାରୀ ମଧ୍ୟ ମାଛ ବଂଶ ନଦୀରେ ବୃଦ୍ଧି ପାଇବ ବୋଲି କହିଥିଲେ। ଏହି ସମୟରେ ରାଜ୍ୟ ଛାତ୍ର ଉପ ସଭାପତି ପିଙ୍କୂ ପଣ୍ଡା,ଜିଲ୍ଲା ମତ୍ସ୍ୟ ଅଧିକାରୀ ଞ୍ଜାନ ରଞ୍ଜନ ସେଠୀ,ରାମନାଗୁଡ଼ା ବିଡିଓ ପ୍ରଦ୍ୟୁମ୍ନ ମଣ୍ଡକ,ରାନାନାଗୁଡ଼ା,ପଦ୍ମପୁର,ଗୁଣପୁର ବ୍ଲକର ମତ୍ସ୍ୟ ଅଧିକାରୀ ଭାମିନି ସରପଂଚ ପଦ୍ମପୁର ର ସଫଳ ମାଛ ଚାଷୀ ଭାବେ ତାତ ବାବୁ ପରିଚିତ ଥିବା ମାଝୀ ଜଗଦୀଶ୍ୱର ରାଓ ସ୍ଥାନୀୟ ମିଶନ ଶକ୍ତି ମାଁ ମାନେ ଙ୍କ ସହ ଅନେକ ସ୍ଥାନୀୟ ଲୋକେ ମାନେ ଉପସ୍ଥିତ ରହିଥିଲେ।

ରାମନାଗୁଡା ଇପିଏ ରୁ ନରସିଂହ ପରିଛା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave A Reply

Your email address will not be published.