ମହାଶିବ ରାତ୍ରି ରେ ଉତ୍ସବ ମୁଖର ଶୈବ ପୀଠ

0 10

ମହାଶିବ ରାତ୍ରି ସମ୍ପୂର୍ଣ୍ଣ ଓଡିଶାକୁ ଉତ୍ସବ ମୁଖର କରିଦେଇଛି । ଆଖଣ୍ଡଳମଣି, କପିଳାସ, ଧବଳେଶ୍ୱର, ଶ୍ରୀ ଲୋକନାଥ ଙ୍କ ସହିତ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଖାଲି ଏତିକି ନୁହଁ, ପ୍ରତ୍ୟେକ ଜିଲ୍ଲାର ଗଳିକନ୍ଦିରେ ଥିବା ସାହିର ଶିବ ମନ୍ଦିର ମାନଙ୍କରେ ଦର୍ଶନ ପାଇଁ ଲମ୍ବାଧାଡି ମଧ୍ୟ ଦେଖିବାକୁ ମିଳିଥିଲା ।

କେଉଁଠି କେତେବେଳେ ମହାଦୀପ ଉଠିବ ତାର ସମୟ ନିଧାର୍ଯ୍ୟ ହୋଇଛି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ବରମୁଣ୍ଡା ର ନୀଳକଣ୍ଠେଶ୍ୱର, ଘାଟିକିଆର ଶିବ ମନ୍ଦିର ମାନଙ୍କରେ ଭକ୍ତଙ୍କର ଭିଡ କିପରି ଥିଲା ଆମ ପ୍ରତିନିଧି ବିରୁ ସାହୁ ମନ୍ଦିର ନିକଟକୁ ଯାଇ ଖବର ସଂଗ୍ରହ କରିଥିଲେ । ରାଜ୍ୟର ସମସ୍ତ ଶୈବପୀଠ ଆଜି ଚଳଚଂଚଳ ଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ପୋଲିସ ମୁତୟନ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା କେଉଁଠି କିଛି ଅଘଟଣ ଘଟିନାହିଁ । ସବୁ ମନ୍ଦିରରେ ନୀତିକାନ୍ତି ଠିକ୍ ଭାବରେ ଚାଲିଛି ।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.