ବସ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତରୋକ

0 108

ସୁବର୍ଣ୍ଣପୁର: ଯାତ୍ରୀବାହୀ ବସ ଧକ୍କା ରେ ଜଣେ ମୃତ ଓ ଜଣେ ଗୁରୁତର l ଯାହା ଫଳରେ ବଲାଙ୍ଗୀର ଖୋର୍ଦ୍ଧା 57 ନମ୍ବର ଜାତୀୟ ରାଜପଥରେ ରାସ୍ତା ରୋକ କରାଯାଇଥିଲା l ଘଟଣା ରୁ ପ୍ରକାଶ ଯେ ଦୁଇ ଜଣ ଯୁବକ ବଲାଙ୍ଗୀର କୁ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ଯାଇଥିଲେ l ଗତ ରାତି ପ୍ରାୟ 11ଟା ସମୟରେ ଫେରୁଥିବା ସମୟରେ ସlତମାଇଲ ଠାରେ ଏକ ବସ ଦୁଇ ଜଣ ଯୁବକଙ୍କୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥା ରେ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ମୃତକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବହିରଖମନ ଗ୍ରାମର ଘନଶ୍ୟାମ ପୋଢ ( 35 ବର୍ଷ ) l ତାଙ୍କର ତିନୋଟି ପୁଅ ଥିବା ଜଣାପଡିଛି l କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରାଯାଇଥିଲା l ଦୀର୍ଘ ଚାରି ଘଣ୍ଟା ଧରି ରାସ୍ତାରୋକ ହୋଇଥିଲା l ଘଟଣା ସ୍ଥଳକୁ ବଲାଙ୍ଗୀର ସାଂସଦ ସଂଗୀତl କୁମାରୀ ସିଂହଦେଓ ପହଂଚି ମୃତକ ଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ଦେଖିବାକୁ ମିଳିଥିଲା l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave A Reply

Your email address will not be published.