
ସିନିଅର ଜର୍ଣ୍ଣାଲିଷ୍ଟ ଆସୋସିଏସନ ଓଡିଶା ର ସାଧାରଣ ପରିଷଦ ସଭା ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ନେସନାଲ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଏହି ବୈଠକରେ ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନ ଓଡ଼ିଶାର ସଭାପତି କାହ୍ନୁ ନନ୍ଦ, ଉପସଭାପତି ପ୍ରଦୀପ୍ତ ଚୌଧୁରୀ, ସମ୍ପାଦକ ଆଶୁତୋଷ ବେହେରାଙ୍କ ସମେତ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ। ଜଗତସିଂହପୁର ଜିଲ୍ଲାରୁ ଜନ୍ମ ନେଇଥିବା ରାଜ୍ୟସ୍ତରୀୟ ଏହି ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନ ଓଡିଶା ପଞ୍ଜିକରଣ ପରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସାମିଲ ହେଉଥିବା ସାମ୍ବାଦିକ ମାନଙ୍କ ବୟସ ପଚାଶ ବର୍ଷରୁ ଉର୍ଦ୍ଧ ଓ ଅନ୍ୟୁନ ୧୫ ବର୍ଷର ସାମ୍ବାଦିକ ଅଭିଜ୍ଞତା ଥିବା ଆବଶ୍ୟକ।ଜଗତସିଂହପୁର ଜିଲ୍ଲା ଓ ପଡୋଶୀ ପାଞ୍ଚଟି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନେ ସାମିଲ ହେବେ ବୋଲି କୁହାଯାଇଛି।ବୟସର ସାୟାହ୍ନରେ ପହଞ୍ଚିଥିବା ସାମ୍ବାଦିକ ମାନେ ରାଜ୍ୟର ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବେଳେ ଏମାନଙ୍କ ପେନସନ୍ ଓ ସାମାଜିକ ସୁରକ୍ଷା ସହ ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନ ଓଡିଶା କାର୍ଯ୍ୟ କରିବ ବୋଲି କୁହାଯାଇଛି।ବୟସର ଅପରାହ୍ନରେ ପହଞ୍ଚି ଅବସର ଗ୍ରହଣ କରୁଥିବା ସାମ୍ବାଦିକଙ୍କ ପାଇଁ ଅନ୍ୟ ରାଜ୍ୟରେ ସରକାର ପେନସନ ଯୋଜନା ଓ ସୁରକ୍ଷା ପାଇଁ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଓଡିଶା ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସଂଘ ସରକାରଙ୍କ ନିକଟରେ ଖୁବଶୀଘ୍ର ଦାବି ଜଣାଇବ ବୋଲି ବୈଠକରେ
ନିଷ୍ପତି ନିଆଯାଇଛି l
ତିର୍ତ୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )