ଆମ କାଗଜ… ଆମ ସାପ୍ତାହିକୀ…

0 22

ଇପିଏ ଉଇକ୍ଲି…ଏ ସପ୍ତାହର ଖବର

ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିରୁ ନିୟମିତ ପ୍ରକାଶ ପାଉଥିବା ଇପିଏ ଉଇକ୍ଲିର ଚଳିତ ସପ୍ତାହର ସଂଖ୍ୟାରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ଖବର, ଫଟୋ ଓ ଫଟୋ ଫିଚର । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଖବରକୁ ନେଇ ଏ ସଂଖ୍ୟା ସମୃଦ୍ଧ ।

ପ୍ରଥମ ପୃଷ୍ଠାରେ ରହିଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଭଳି ଅଭାବନୀୟ ଘଟଣା ସମ୍ପର୍କରେ ରବିପ୍ରିୟ ଦାଶଙ୍କ ରିପୋର୍ଟ । ରାଜ୍ୟର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ନବ ଦାସଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଇଥିଲା । ଏପର୍ଯ୍ୟନ୍ତ ତଦନ୍ତରେ ସେଭଳି ଆଖିଦୃଶିଆ ଅଗ୍ରଗତି ହୋଇପାରିନାହିଁ । ଗୁଳି କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ପୁଲିସ ଧରି ନେଇ ଜେରା ଚଳାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ ସତ୍ତ୍ୱେ ହତ୍ୟାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ପାରୁ ନାହିଁ । ସେହି ପୃଷ୍ଠାରେ ରହିଛି ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ସମ୍ପର୍କରେ ବିରଞ୍ôଚ ନାରାୟଣ ପତ୍ରୀଙ୍କ ସ୍ୱତନ୍ତ୍ର ରିପୋର୍ଟ । ନବ ଦାସଙ୍କ ଉପରେ ପ୍ରସ୍ତୁତ ଛାତ୍ର ନେତାରୁ ସଫଳ ରାଜନେତା ଶୀର୍ଷକ ଏହି ରିପୋର୍ଟରେ ରହିଛି ସ୍ୱର୍ଗତ ଦାସଙ୍କ ଜୀବନ ସଂଗ୍ରାମର କଥା । ସମ୍ପାଦକୀୟ ପୃଷ୍ଠାରେ ରହିଛି ଅଫିସରମାନେ କିଭଳି ଶାସନ ବ୍ୟବସ୍ଥାରେ ପ୍ରତିବନ୍ଧକ ସାଜିଛନ୍ତି ସେ ଉପରେ କିଛି ତଥ୍ୟ । ଏହାଦ୍ୱାରା ଲୋକମାନେ ସର୍ବନିମ୍ନ ସୁବିଧାରୁ ବଞ୍ôଚତ ହେଉଛନ୍ତି । ଯୋଜନା ଅର୍ଥରୁ ଟଙ୍କା କାଟି ରଖାଯିବା ଠାରୁ ଆରମ୍ଭ କରି ଫାଇଲ କାମ ପଡ଼ି ରହୁଥିବା ସମ୍ପର୍କରେ ବାସ୍ତବ ଚିତ୍ର ଉପସ୍ଥାପନ କରାଯାଇଛି । ପଶ୍ଚାତାପ ପୃଷ୍ଠାରେ ରହିଛି ଦୁଇ ବନ୍ଧୁ ସାମାନ୍ୟ ଭୁଲ ବୁଝାବଣା ପାଇଁ ବନ୍ଧୁତାର ସମ୍ପର୍କ ହରାଇଛନ୍ତି । ଉଭୟ ମିଳାମିଶାର ରାସ୍ତା ବାହାର କରିପାରୁନାହାନ୍ତି । ଏଥିପାଇଁ ସେମାନେ ମନସ୍ତାପ କରିଚାଲିଛନ୍ତି କିନ୍ତୁ ଏକାଠି ହୋଇପାରୁ ନାହାନ୍ତି । ଏଥର ଅଛି ପ୍ରାକୃତିକ ସମ୍ପଦରେ ଭରପୂର ଯୋଡା ଅଞ୍ଚଳରେ ଅବହେଳିତ ହୋଇ ପଡ଼ି ରହିଥିବା ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଫଟୋଚିତ୍ର ସହ ତଥ୍ୟ । ଦେବୀ ଦାସ ସାହୁଙ୍କ ଏହି ରିପୋର୍ଟରେ ରହିଛି ଅବହେଳିତ ହୋଇଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ହେଉନଥିବାରୁ ସଂପୃକ୍ତ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଯିବା ହ୍ରାସ ପାଇବାରେ ଲାଗଛି । ଏସବୁର ବିକାଶ ନେଇ ଜିଲା ପ୍ରଶାସନ ପଦକ୍ଷେପ ନେବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଲିପିକା ରାଉତଙ୍କ ଭଦ୍ରକ ମେଡିକାଲରେ ନକଲି ଡାକ୍ତର, ନରସିଂହ ଡାକୁଆଙ୍କ ଟିଏନଟି ସେବିଦ୍ୟୁତ ବିଭାଗ ପ୍ରତିଶ୍ରୁତି ନ ରଖିବାରୁ ଜନସାଧାରଣଙ୍କ ଥାନାରେ ଏତଲା ପ୍ରଦାନ ସହ ଆବାସ ଯୋଜନାରେ ତ୍ରୁଟି ପାଇଁ ବୀରମହାରାଜପୁରରେ ବିଜେପି ପକ୍ଷରୁ ବ୍ଲକ ଘେରାଉ ରିପୋର୍ଟ ପ୍ରକାଶ ପାଇଛି । ସେହିପରି ବିଦ୍ୟାଧର ସାହୁଙ୍କ ଚିହ୍ନଟ ହେବେ ନକଲି ଡାକ୍ତର, ବିରଞ୍ôଚ ନାରାୟଣ ପତ୍ରୀଙ୍କ ଶିଳ୍ପୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଚର୍ଚ୍ଚା ଜୋରଦାର, ସୌଭାଗ୍ୟ ପଟ୍ଟନାୟକଙ୍କ ଫାଶି କାଠ ଦାନ କରି ୮୭ ଦାତା ସମ୍ବର୍ଦ୍ଧିତ, ଗଗନ ଶର୍ମାଙ୍କ ଦୋକାନରୁ ଔଷଧ ଆଣିବାକୁ ସରକାରୀ ଡାକ୍ତରଙ୍କ ଚିଠା, ବୀରମହାରାଜପୁରରେ ନବ ନିର୍ମିତ ପ୍ରତୀକ୍ଷାଳୟରେ ତାଲା ଝୁଲଛି । ଯେଉଁ ଲକ୍ଷ୍ୟ ନେଇ ଏହା ନିର୍ମିତ ହୋଇଥିଲା ତାହା କୌଣସି କାମରେ ଆସୁନଥିବା ନେଇ ଆରମ୍ଭ ହୋଇଛି ଅଭିଯୋଗ ଆଦି ଖବର ସ୍ଥାନିତ ହୋଇଛି ଏ ସଂଖ୍ୟାରେ । ଏହାବ୍ୟତୀତ ଦେବୀଦାସ ସାହୁଙ୍କ ଅଧିକାରୀ-ଠିକାଦାର ମଧୁଚନ୍ଦ୍ରିକା, ବିଦ୍ୟାଧର ସାହୁଙ୍କ କଳାହାଣ୍ଡିର ଗୌରବ ପଟାୟତ ସାହୁଙ୍କୁ ପଦ୍ମଶ୍ରୀ ପୁରସ୍କାର, ମରଣାତ୍ମକ ଆକ୍ରମଣ ପାଇଁ ଜଣେ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲଦଣ୍ଡ ରିପୋର୍ଟ ପ୍ରକାଶ ପାଇଛି । ଡାକ୍ତର ଡାଏରୀରେ ଜିଆଡିଆ ସଂକ୍ରମଣ ଉପରେ ଡାକ୍ତର ଅବିନାଶ ମିଶ୍ରଙ୍କ ତଥ୍ୟ ଓ ଏହି ସଂକ୍ରମଣରୁ ରକ୍ଷା ପାଇବାର ପରାମର୍ଶ ରହିଛି । ସାପ୍ତାହିକ ରାଶିଫଳ, ଖାଦ୍ୟ ପ୍ରସ୍ତୁତି ଓ ଗିନିଜ ବୁକ ଅଫ ରେକର୍ଡ୍ସରେ ରାଉରକେଲାରେ ନବ ନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ ସ୍ଥାନ ପାଇଥିବା ନେଇ ଖବର ପ୍ରକାଶିତ ହୋଇଛି । ଏହାବ୍ୟତୀତ ଏ ସଂଖ୍ୟାରେ ଅଛି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇଥିବା ସାଧାରଣତନ୍ତ୍ର ଦିବସର ଫଟୋଚିତ୍ର ।

Leave A Reply

Your email address will not be published.