ଗଂଜେଇ ଚୋରା ଚାଲାଣ ବେଳେ ଧରିଲା ପଦ୍ମପୁର ପୋଲିସ

0 15

ବରଗଡ/ପଦ୍ମପୁର/ପାଇକମାଳ : ଗଂଜେଇ ଚୋରା ଚାଲାଣ ହେଉଥିବାର ଏକ ବିଶେଷ ସୂତ୍ରରୁ ପଦ୍ମପୁର ପୋଲିସର ହସ୍ତଗତ ହୋଇଥିଲା।ବରଗଡ ଏସ.ପି. ରାହୁଲ ଜୈନଙ୍କ ନିର୍ଦେଶ କ୍ରମେ ପଦ୍ମପୁର ଏସ.ଡି.ପି.ଓ.ବିଭୁତି ଭୂଷଣ ଭୋଇ ଏକ ଟିମ ଗଠନ କରିଥିଲେ। ଏହି ଟିମ୍ ରେ ଇନିସପେକ୍ଟର ର.ଶିଆଳ,ଏସ.ଆଇ. ପି.ପାତ୍ର,ଏସ.ଆଇ.ରବୀନ୍ଦ୍ର କୁମାର ହେମରମ,ହାବିଲଦାର ପ୍ରେମାନନ୍ଦ ସାହୁ,ହେମନ୍ତ ଗର୍ତିଆ ଆଦି ପଦ୍ମପୁର ନିକଟରେ ଥିବା ସଂପିଆ ଗ୍ରାମ ଛକ ଠାରେ ନାକା ଲଗାଇଥିଲେ।ଉକ୍ତ ସମୟରେ ଏକ ମାରୁତି ଡିଜାଏର MH 16 CC 6778 କୁ ଅଟକାଇ ଚେକିଂ କରିବାରୁ ଗାଡିରୁ 57 କେଜି 200 ଗ୍ରାମର ଗଂଜେଇ ଜବତ କରିଥିଲେ।ଏଥି ସହ ଗୋଟିଏ ଭିଭୋ ମୋବାଇଲ,ନଗଦ 2500/ ଟଙ୍କା ସିଜ କରିଥିଲେ।ଗାଡ଼ିରେ ଦୁଇ ଜଣ ବ୍ୟକ୍ତି ସନ୍ତୋଷ ପ୍ରେମନାଥ ଧାଵଲେ ବୟସ 28, ଗ୍ରାମ ପଥରଡିହି ଜିଲ୍ଲା ଅହମଦନଗର ମହାରାଷ୍ଟ୍ର ଓ ଆକାଶ ପ୍ରକାଶ ସିନ୍ଦେ ବୟସ 22,ଗ୍ରାମ ନେବାସା ଜିଲ୍ଲା ଅହମଦନଗର ମହାରାଷ୍ଟ୍ର ର ବୋଲି ଜଣାପଡିଛି।ଉଭୟ ବୌଦ୍ଧରୁ ମହାରାଷ୍ଟ୍ରକୁ ଗଂଜେଇ ଚାଲାଣ କରୁଥିଲେ। ପୋଲିସ ୨ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣା କରା ଯାଇଥିବା ସୂଚନାରୁ ଜଣାପଡିଛି I

ପାଇକମାଳ ଇପିଏ ରୁ ବିରଞ୍ଚି ଧିରେନ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.