ପାଇକମାଳ ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମୀଳନୀ
ପଦ୍ମପୁର/ବରଗଡ:ପଦ୍ମପୁର ଉପଖଣ୍ଡର ପାଇକମାଳ ସ୍ଥିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି।
ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ,ସମ୍ବାନୀତ ଅତିଥି ଭାବରେ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ପ୍ରଧାନ,ଧବଳେଶ୍ୱର ସାହୁ,ଧିରେନ ମହାନ୍ତି,ଦୁର୍ଯ୍ୟୋଧନ ପୁଟା,ଦେବେନ୍ଦ୍ର ସାହୁ ସି.ଆର.ସି.ସି.ଯୋଗଦେଇ ଶିକ୍ଷକ ମାନଙ୍କ ଶିକ୍ଷାଦାନରେ ଅଭିଭାବକ ମାନଙ୍କ କତ୍ତର୍ବ୍ୟ ଓ ଦାୟିତ୍ୱ ତଥା ଭୂମିକା ଉପରେ ମାର୍ଗ ଦର୍ଶନ କରିଥିଲେ।
ଶିକ୍ଷୟତ୍ରୀ/ଶିକ୍ଷକ ମାନଙ୍କ ଶିକ୍ଷାଦାନରେ ସୁବିଧା ଅସୁବିଧା ଆଦି ଆଲୋଚନା ପର୍ଯ୍ୟାଲୋଚନା ସହ ଅଭିଭାବକ,ଶିକ୍ଷକ,ଶିକ୍ଷୟତ୍ରୀ, ପରିଚାଳନା କମଟିଙ୍କ ମଧ୍ୟରେ ଆଲୋଚନାର ଆଦାନ ପ୍ରଦାନ ବ୍ୟାପକ ଭାବରେ କରାଯାଇଥିଲା।ବିଦ୍ୟାଳୟରେ ଶିକ୍ଷାଦାନର ଭିତ୍ତିଭୂମି ଆଦିକାର୍ଯ୍ଯ ନିମିତ୍ତ ଏକ ଡିଜିଟାଲ ଡିସ୍ପ୍ଲା ବୋର୍ଡ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।
ସଭାରେ ସ୍କାଉଟ ଗାଇଟରେ ଉଲ୍ଲେଖନୀୟ ଅବଦାନ ନିଅନ୍ତେ ବିଦ୍ୟାଳୟ ପି.ଇ.ଟି.ଶିକ୍ଷୟିତ୍ରୀ ନମିତା ସାହୁଙ୍କୁ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା।
ଏହି ସଭାରେ ବିଜ୍ଞାନ ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ ସଭାର ସଞ୍ଚାଳନ ସହ ଧନ୍ୟବାଦ ଜ୍ଞାପନ କରିଥିଲେ।
ପଦ୍ମପୁର ଇପିଏ ରୁ ଧିରେନ୍ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )