ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ବୈଠକ

0 5

ସମସ୍ତ ଅଲଟ୍ରା ସାଉଣ୍ଡ କେନ୍ଦ୍ର ଗୁଡିକରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ

ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ କକ୍ଷ ରେ ଅନୁଷ୍ଠିତ ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାରେ କନ୍ୟା ଶିଶୁ ଜନ୍ମ ହାର ପ୍ରାୟତଃ କମି କମି ଯାଉଥିବାରୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଉଦବେଗ ପ୍ରକାଶ କରିବା ସହ ଏହାର ନିରାକରଣ ନିମନ୍ତେ ସମ୍ପୃକ୍ତ ସଦସ୍ୟ ସଦସ୍ୟା ବିଶେଷ ମତାମତ ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ l ଏହି ପରିପ୍ରେକ୍ଷୀରେ ସଦସ୍ୟ ସଦସ୍ୟା ନିଜ ନିଜ ର ମତାମତ କୁ ବୈଠକରେ ଉପସ୍ଥାପନ କରିଥିଲେ l ଏହି ମର୍ମରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଜିଲ୍ଲାରେ ଥିବା ସମସ୍ତ ଅଲଟ୍ରା ସାଉଣ୍ଡ କେନ୍ଦ୍ର ଗୁଡିକରେ ରୋଗୀଙ୍କ ଯିବା ଆସିବା ତଥ୍ୟ କୁ ସୁନିଶ୍ଚିତ କରିବା ନିମନ୍ତେ 24 ଘଣ୍ଟିଆ କାର୍ଯ୍ୟକ୍ଷମ ସିସିଟିଭି କ୍ୟାମେରା ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି l ପୁନଶ୍ଚ ଅଲଟ୍ରା ସାଉଣ୍ଡ କ୍ଲିନିକ ଗୁଡିକରେ ପରିଚାଳନା ଓ ରୋଗୀଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ବିବରଣୀ ସମ୍ମିଳତି ଫର୍ମ F କୁ ନିଶ୍ଚିତ କରିବା ଉପରେ ସମସ୍ତ କେନ୍ଦ୍ର ସତ୍ୱଧିକାରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ l ଅଲଟ୍ରା ସାଉଣ୍ଡ କେନ୍ଦ୍ର ଗୁଡିକର କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ସହ ଆଇନ ଅନୁଯାୟୀ ଵିଧି ବ୍ୟବସ୍ଥାର ସହିତ ପରିଚାଳନା କୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଲଟ୍ରା ସାଉଣ୍ଡ କ୍ଲିନିକ ସତ୍ବାଧୀକାରୀଙ୍କ ସହ ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ସଦସ୍ୟ ସଦସ୍ୟା ଙ୍କ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଅଲଟ୍ରା ସାଉଣ୍ଡ କ୍ଲିନିକ ର କାର୍ଯ୍ୟକାରିତା କୁ 24 ଘଣ୍ଟିଆ ଅଚାନକ ପରିଦର୍ଶନ ସହ ତଦାରଖ କରିବା ନିମନ୍ତେ ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ପରିଚୟ ପତ୍ର, ଅଧିକୃତ ପ୍ରମାଣପତ୍ର ପ୍ରଦାନ କରିବା ଉପରେ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସିଡି ଏମ ଓ, ସୁବର୍ଣ୍ଣପୁରକୁ ଦାୟିତ୍ୱ ଦିଆଯାଇଛି l ବୈଠକ ପ୍ରାରମ୍ଭରେ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ବିଶ୍ୱରଂଜନ ପତି ସ୍ୱାଗତ ସମ୍ଭାଷଣ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏଲଏ ଆଇଏସ ଶୋଭନା ଦାଶ ଗତ ବୈଠକର ନିଷ୍ପତି ର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଥିଲେ l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏଡିପିଏଚଓ ଡ଼ ଦୈତ୍ୟନାରାୟଣ ପାଢ଼ୀ, ଡି ପି ଏଚ ଓ ଡ଼ ମନୋଜ କୁମାର ଅଦାବର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ ପ୍ରକାଶ କୁମାର ଦଣ୍ଡସେନା,ଅବସରପ୍ରାପ୍ତ ସିଡିଏମଓ ଡ଼ ଶାନ୍ତି ମଞ୍ଜରୀ ମିଶ୍ର, ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ,ଡିପି ଏମ ବିଶ୍ୱମ୍ବର ବେହେରା, ହସ୍ପିଟାଲ ମ୍ୟାନେଜର ଦେବସ୍ମିତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.