ଠକେଇର ଶିକାର ହେଲେ ପୋଲିସ ବାବୁଙ୍କ ପତ୍ନୀ
ପୁରୀ ସାଇବର ଠକେଇର ଶିକାର ହେଇଛନ୍ତି ଜଣେ ମହିଳା। ବ୍ୟାଙ୍କ ଆକାଉଣ୍ଟ ରେ ପ୍ୟାନ ଲିଙ୍କ୍ ହୋଇ ନଥିବା କହି ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ୍। ଏଭଳି ଏକ ଘଟଣା ଘଟିଛି ପୁରୀ ପେଣ୍ଠକଟା ଅଧୀନ ସଦର ବ୍ଲକ ଅଞ୍ଚଳ ଜଣେ ପୋଲିସ ବାବୁଙ୍କ ପତ୍ନୀଙ୍କ ସହ।
ପ୍ରିୟଙ୍କା କାନୁନଗୋ ନାମକ ଜଣେ ମହିଳାଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ସେ ବ୍ୟାଙ୍କର କର୍ମଚାରୀ କହି ଓଡ଼ିଆରେ ପ୍ରିୟଙ୍କା ସହ କଥା ହୋଇଥିଲେ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ସହ ପ୍ୟାନ କାର୍ଡ ଲିଙ୍କ ହୋଇନି ବୋଲି କହିଥିଲା। ଏହାପରେ ପ୍ରିୟଙ୍କାଙ୍କୁ ଏକ ଚାରି ଡିଜିଟର ଓଟିପି ଦେଇଥିଲା। ଏହି କୋଡ ପ୍ରିୟଙ୍କା ଉକ୍ତ ଯୁବକକୁ ଦେଇ ସାରିବା ପରେ ତାଙ୍କ ଆକାଉଣ୍ଟ ରୁ ଏକଲକ୍ଷ ୧୪ ସହ ୭୪ ଟଙ୍କା କଟି ଯାଇଥିଲା। ପ୍ରିୟଙ୍କାଙ୍କ ନିକଟକୁ ସଙ୍ଗେ ସଙ୍ଗେ ୯ ଟି ମେସେଜ୍ ଆସିଥିଲା। ଏହି ମେସେଜ ପ୍ରିୟଙ୍କା ପାଇବା ପରେ ସଙ୍ଗେ ସଙ୍ଗେ ନିକଟସ୍ଥ ବ୍ୟାଙ୍କ୍ କୁ ଯାଇ ମିନି ଷ୍ଟେଟମେଣ୍ଟ ଆଣିବା ସହ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )