ଜୁଆ ଆଡ୍ଡା ରେ ପୋଲିସ ର ଅତର୍କିତ ଚଢ଼ାଉ
୮ଟି ବାଇକ ମୋବାଇଲ ସହ ୯୫ ହଜାର ଟଙ୍କା ଜବତ,୬ ଜଣଙ୍କୁ କୋର୍ଟ ଚାଲାଣ
କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବେଧଡକ ଭାବେ ଚାଲିଛି ଜୁଆ ଖେଳ । ପୋଲିସ ଆଖିରେ ଧୂଳି ଦେଇ କଳାହାଣ୍ଡି ଜିଲ୍ଲାରେ ବେଆଇନ ଜୁଆ ଖେଳ ଚାଲିଥିବା ଅଭିଯୋଗ ରହିଥିଲା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇଥିଲା । ଫଳରେ ପୋଲିସ ଗୋଳାମୁଣ୍ଡା ଥାନା ଅଞ୍ଚଳରେ ଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢାଉ କରି ୬ ଜଣ ଜୁଆଡି ଗିରଫ କରିଛି । ସେମାନଙ୍କ ନିକଟରୁ ୮ ଟି ବାଇକ, ୪ଟି ମୋବାଇଲ ଫୋନ, ଜୁଆଖେଳରେ ବ୍ୟବହୃତ ଅନେକ କାଗଜପତ୍ର ଜବତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ,ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁ ଶେଷ ମୁଣ୍ଡରେ ଥିବା ଟିକେନ୍ ଜୋର ନାଳ ନିକଟରେ ଏହି ଜୁଆ ଖେଳ ଚାଲୁଥିଲା । ଏନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଖବର ପାଇ ନିଜ ଷ୍ଟାଫ ଏବଂ ଗୋଳାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଥାନା କର୍ମଚାରୀଙ୍କ ମିଳିତ ଉଦ୍ୟମରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗତକାଲି(ସୋମବାର) ସେଠାରେ ଅତର୍କିତ ଚଢାଉ କରିଥିଲା । ଚଢାଉ ସମୟରେ ମାଷ୍ଟରମାଇଣ୍ଡ ସହ ୬ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗାଁର ମାଷ୍ଟର ମାଇଣ୍ଡ ପ୍ରକାଶ ଚନ୍ଦ୍ର ମେହେର, ଜୁନାଗଡ଼ ଥାନା ଚିଚିଗୁଡା ଗାଁର ଅନନ୍ତ ସାହୁ , ସାନଚେର ଗାଁର ନବ ପୁଟେଲ, କେଗାଁର ଦେବେନ୍ଦ୍ର କଟା, ନୃପରାଜ ମେହେର ଓ ଅରକ୍ଷିତ ମେହେର ।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଇପିଏ ରୁ ବାଜି ପ୍ରଧାନ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )