ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ
ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ
ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ। ୧୯୮୯ ବ୍ୟାଚ୍ର ଆଇଏଏସ୍ ଅଫିସରପ୍ରଦୀପଙ୍କୁ ରାଜ୍ୟ ସରକାର ଗୁରୁ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦିଆଯାଇଛି। ମାର୍ଚ୍ଚ ୧ ତାରିଖରେ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

ମୁଖ୍ୟ ଶାସଚନ ସଚିବ ସୁରେଶ ମହାପାତ୍ର ଆସନ୍ତା ୨୮ ତାରିଖରେ ଅବସର ନେବେ। ତା ପରେ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହେବେ। ତେବେ ବର୍ତ୍ତମାନ ପ୍ରଦୀପ ସ୍ୱତନ୍ତ୍ର ରିଲିଫ କମିଶନ ଓ ଉନ୍ନୟନ କମିଶନର ଦାୟିତ୍ୱରେ ସମ୍ଭାଳୁଛନ୍ତି। ସେହିପରି ପ୍ରଦୀପଙ୍କ ସ୍ଥାନରେ ଏସିଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଛି। ସେ ଜଳ ସମ୍ପଦ ସଚିବ ସହ ଉନ୍ନୟମ କମିଶନର ଭାବରେ ଅନୁ ଗର୍ଗ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ) ରିପୋର୍ଟ