ରାଇରଙ୍ଗପୁର : ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ତଥା ମନ୍ଦିର ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାଶ, ଓ. ପ୍ର. ସେ. ଙ୍କ ଅଧ୍ୟକ୍ଷତା ରେ ଚଳିତ ବର୍ଷ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ତଥା ବାହୁଡା଼ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକ ରେ ରାଇରଙ୍ଗପୁର ରଥଯାତ୍ରା କମିଟି ର ସଭାପତି ଶ୍ରୀଯୁକ୍ତ ରାଜକିଶୋର ଦାସ, ମାନ୍ୟବର ବିଧାୟକ, ମୋରଡା,ଶ୍ରୀଯୁକ୍ତ ନବ ଚରଣ ମାଝୀ ମାନ୍ୟବର ବିଧାୟକ, ରାଇରଙ୍ଗପୁର, ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିଷେକ ପଟ୍ଟନାୟକ ପ୍ରମୁଖ ଙ୍କ ସମେତ ବିଭିନ୍ନ ସରକାରୀ ପଦାଧିକାରୀ, ରଥ କମିଟି ସଦସ୍ୟ,ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଗଣ ଯୋଗଦେଇ ନିଜ ନିଜ ର ସୁଚିନ୍ତିତ ମତାମତ ରଖିଥିଲେ.ବୈଠକ ରେ ପ୍ରତ୍ୟକ ବିଷୟ ରେ ପୁଙ୍ଖାନୁପୁଙ୍ଖ ଯଥା ଶ୍ରୀ ଜୀଉ ଙ୍କ ରଥ ନିର୍ମାଣ କାର୍ଯ୍ୟ,ଦୈନନ୍ଦିନ ନୀତିକାନ୍ତି, ଶ୍ରୀଅଙ୍ଗ ଲାଗି ପାଇଁ ବସନ, ଶ୍ରୀ ଜୀଉ ଙ୍କ ପାଖରେ ଲାଗି ହେବା ପାଇଁ ପୁଷ୍ପ,ଭୋଗ ପ୍ରସାଦ ଇତ୍ୟାଦି ଓ ସର୍ବୋପରି ମହାପ୍ରଭୁ ଙ୍କ ପବିତ୍ର ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ ହେବ ସେଥି ପ୍ରତି ଗୁରୁତ୍ୱ ଆରୋପ କରା ଯାଇଥିଲା କରନା ମହାମାରୀ ପାଇଁ ଦୀର୍ଘ 2 ବର୍ଷ ପରେ ପୁନର୍ବାର ପାରମ୍ପରିକ ଭାବେ ମହାପ୍ରଭୁ ଙ୍କ ଘୋଷ ଯାତ୍ରା ହେଉଥିବାରୁ ଚଳିତ ବର୍ଷ ଅଧିକ ଭକ୍ତ, ଶ୍ରଦ୍ଧାଳୁ ଏବଂ ଜନସମାଗମ ର ସମ୍ଭାବନା ଥିବାରୁ ଯାତ୍ରା ସମୟ ରେ ସୁରକ୍ଷା ଓ ସ୍ୱଚ୍ଛତା କୁ ଅଧିକ ଧ୍ୟାନ ଦେବା ପାଇଁ ସର୍ବ ସମତ ମତ ପ୍ରକାଶ କରିଥିଲେ.ଏଥିପାଇଁ ଯାତ୍ରା ସମୟ ରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଅସାମାଜିକ କାର୍ଯ୍ୟ ରୋକିବା ନିମିତ୍ତ ପାଇଁ ପୋଲିସ କତୃପକ୍ଷଙ୍କୁ ,ସ୍ୱଛତା ପାଇଁ ପୌରପାଳିକା କତୃପକ୍ଷ, ଅପାତ କାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଉପଖଣ୍ଡ ଚିକିତ୍ସା ଅଧିକାରୀ, ସହର ର ଜନଗହଳି ଅଂଚଳ ଏବଂ ଅନ୍ଧାରୁଆ ସ୍ଥାନ ମାନଙ୍କ ରେ ଅସ୍ଥାୟୀ ଆଲୋକ ବ୍ୟବସ୍ଥା ତଥା ଯାତ୍ରା ସମୟରେ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟାଟା ପାୱାର କତୃପକ୍ଷ ଙ୍କୁ ଦୃଷ୍ଟି ଦେବା ପାଇଁ ପରାମର୍ଶ ଦିଆଯାଇଥିଲା. ଚଳିତ ବର୍ଷ ରଥ ଯାତ୍ରା ଅବସରରେ ମିନା ବଜାର କୁ ବ୍ଲକ ପଡିଆ ଠାରେ ବସାଜିବା ପାଇଁ ନିଷ୍ପତି ନିଆଗଲା. ସଭା ଶେଷରେ ଶ୍ରୀଯୁକ୍ତ ରାଜକିଶୋର ଦାସ ଏହି ପବିତ୍ର ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ସଫଳ ସମ୍ପନ୍ନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣେଇଥିଲେ.
ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )