ସୁବର୍ଣ୍ଣପୁର ନୁଆଁଖାଇ ଭେଟ ଘାଟ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ରବିବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ଅଭିମନ୍ୟୁ କୁଶଳ ଙ୍କ ଅଧ୍ୟକ୍ଷତା ରେ ଓ ସମସ୍ତ ସଭ୍ୟ ଙ୍କ ଉପସ୍ଥିତି ରେ ନୂଆଁଖାଇ ଭେଟ ଘାଟ ଉତ୍ସବ( ପାହୁର ଯାତ୍ରା )ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରଭାସଲଜ ଠାରେ ଅନୁଷ୍ଠିତ ହୋଇଯାଇଛି l ନୁଆଁଖାଇ ର ଦୁଇଦିନ ପୂର୍ବରୁ ଏକ ପ୍ରଚାର ଗାଡି ମାଧ୍ୟମରେ ସହର ତଥା ଜିଲ୍ଲାରେ ନୁଆଁଖାଇ ଲଗ୍ନ ଓ ପାହୁର ଯାତ୍ରା ର ବିଭିନ୍ନ କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର କରିବା ପାଇଁ ସ୍ଥିର କରାଗଲା l ପାରମ୍ପରିକ ବାଦ୍ୟ ସହ ଏହି ବିଶାଳ ଶୋଭା ଯାତ୍ରାରେ ସମସ୍ତ ଜନ ସାଧାରଣ ସାମିଲ ହୋଇ ମା ଙ୍କ ଆର୍ଶୀବାଦ ନେବାକୁ ଅନୁରୋଧ କରାଯିବ l ଯାତ୍ରା ର ସମସ୍ତ ସଭ୍ୟ ଙ୍କୁ ଆର୍ଥିକ ସହାୟତା କରିବାକୁ, ଓ ଏ ବର୍ଷ ଯାତ୍ରାରେ କେବଳ ବାନା ବୈରଖ ଛତ୍ର ଓ ପାରମ୍ପରିକ ବାଦ୍ୟ ଯନ୍ତ ସହ ଯାତ୍ରା ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି l ସମସ୍ତ ସଭ୍ୟ ଓ ଭକ୍ତ ନୂଆ ବସ୍ତ୍ର ପରିଧାନ ସହିତ ଯାତ୍ରାରେ ସାମିଲ ହୋଇ ଜିଲ୍ଲା ର ଓ ବିଶ୍ୱ ର କଲ୍ୟାଣ ସକାଶେ ସହରର ଅଷ୍ଟ ଚଣ୍ଡୀ ଙ୍କ ଠାରେ ସାମୁହିକ ପ୍ରାର୍ଥନା କରିବାକୁ ନିଷ୍ପତ୍ତି ନିଆଗଲା l ସଭା ଶେଷରେ ଉପଦେଷ୍ଟା ତଥା ସମାଜ ସେଵୀ ଶ୍ରୀ ବତ୍ସ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କମିଟି ର ସଦସ୍ୟ ସତ୍ୟନାରାୟଣ ତ୍ରିପାଠୀ, ଲଡ଼ୁକିଶୋର ମଲ୍ଲିକ, ମାନଭଞ୍ଜନ ବେଦବାକ, ଶାନ୍ତନୁ ବାଘ, ନାରାୟଣ ରଥ, ଆନନ୍ଦ ପାତ୍ର, ଶେଷଦେବ ମେହେର, ଦେବାଶିଷ ପଟ୍ଟନାୟକ, ସମୀର ଖଟୁଆ ଓ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ର ମତାମତ ଦେଇଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )