ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ 76 ତମ ସ୍ୱାଧୀନତା ଦିବସ -2022 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0 1

ରାଇରଙ୍ଗପୁର: ବାମନଘାଟି ଉପଖଣ୍ଡ ସଦରମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ବାମନଘାଟି ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ ସରୋଜ କୁମାର ଦାଶ, ଓ. ପ୍ର. ସେ. ଙ୍କ ଅଧ୍ୟକ୍ଷତା ରେ କୋଭିଡ ନିୟମ ଅନୁପାଳନ ପୂର୍ବକ ସୀମିତ ସଂଖ୍ୟକ ଅଧିକାରୀଙ୍କ ଉପସ୍ଥିତି ରେ ଉପଖଣ୍ଡ ସ୍ତରୀୟ 76 ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ରତିକାନ୍ତ ଗିରି, ଓ. ପୋ. ସେ. ଯୋଗ ଦେବା ସହିତ ରାଇରଙ୍ଗପୁର ମୁନିସିପାଲିଟି ର ସାନିଟାରୀ ଏକ୍ସପେର୍ଟ ଙ୍କ ସମେତ ଉପଖଣ୍ଡ ସ୍ତରୀୟ ଶିକ୍ଷା,ଚିକିତ୍ସା, ପୂର୍ତ୍ତ ଓ ଗୃହ ନିର୍ମାଣ, ଅଗ୍ନିଶମ, ଟାଟା ପାୱାର ବିଭାଗ ର ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରାରମ୍ଭ ରେ ଉପଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀ ଙ୍କୁ ସ୍ୱାଗତ କରି ସରକାର ଙ୍କ ନିର୍ଦେଶ ମୁତାବକ ଏବର୍ଷ ମଧ୍ୟ ସାଧାରଣ ଜନତା ଙ୍କୁ ପ୍ୟାରେଡ ଉତ୍ସବ ରେ ସାମିଲ ନକରି କେବଳ ସୀମିତ ସଂଖ୍ୟକ ଅତିଥି ଙ୍କ ଉପସ୍ଥିତି ରେ ସ୍ୱାଧୀନତା ଦିବସ ପାଳନ ହେବା ନେଇ ଅବଗତ କରାଇ ଥିଲେ lସେହିପରି କୋଭିଡ କଟକଣା ପାଇଁ ଜାତୀୟ ଉତ୍ସବ ରେ ମିଳିତ ପ୍ୟାରେଡ କାର୍ଯ୍ୟକ୍ରମ କୁ ବନ୍ଦ କରା ଯାଇଥବା ହେତୁ ଶିକ୍ଷାନୁଷ୍ଠାନ ର ପ୍ୟାରେଡ ଦଳ ଙ୍କୁ ଅଂଶ ଗ୍ରହଣ ପାଇଁ ସାମିଲ କରାନଯାଇ କେବଳ ପୋଲିସ କଂଟିନଜେଣ୍ଟ ଙ୍କ ଦ୍ୱାରା କେତେକ ନିର୍ଦ୍ଧାରିତ ନିୟମ ଆଧାର ରେ ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଂଗୀତ ଗାନ,ଗାର୍ଡ ଅଫ ଅନର ଇତ୍ୟାଦି କାର୍ଯ୍ୟକ୍ରମ ମାଧ୍ୟମ ରେ ଏହି ଅନୁଷ୍ଠାନିକ ଉତ୍ସବ ପାଳନ ହେବ ବୋଲି ଉଲ୍ଲେଖ କରିଥିଲେ l ଯେଉଁ ଯେଉଁ ବିଭାଗର ମିଳିତ ସହଯୋଗ ରେ ପ୍ରତିବର୍ଷ ଏହି ଦିବସ ସୁଚାରୁ ରୂପେ ପାଳିତ ହୋଇଆସୁଛି ସେହି ବିଭାଗ ର ଅଧିକାରୀ ମାନଙ୍କୁ ସଂପୃକ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନିଷ୍ପତି ନିଆଯାଇଥିଲା l ରାଇରଙ୍ଗପୁର ପୌରପାଳିକା କୁ ସହର ର ପରିଷ୍କାର ପରିଚ୍ଛନତା, ପ୍ୟାରେଡ ପଡିଆ କୁ ପରିଷ୍କାର, ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ର ସଫେଇ, ନୂତନ ରଙ୍ଗ ରେ ରଙ୍ଗ କରିବା ସହିତ ଜାତୀୟ ଦିବସ ପାଳନ ଅବସରରେ ଉକ୍ତ ପ୍ରତିମୂର୍ତ୍ତି ଗୁଡିକୁ ରଙ୍ଗୀନ ଆଲୋକ ମାଳା ରେ ଆଲୋକୀକରଣ ଦାୟିତ୍ୱ ଦିଆଯାଇଥିବା ବେଳେ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ କୁ ଫୁଲ ଓ ଟ୍ରାଇ କଲର ବେଲୁନ ଦ୍ୱାରା ପ୍ୟାରେଡ ପଡିଆର ସାଜସଜା, ତୋରଣ ନିର୍ମାଣ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୃହକୁ ଆଲୋକୀକରଣ, ଚିକିତ୍ସା ବିଭାଗ କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବା, ଅଗ୍ନିଶମ ବିଭାଗ କୁ ପ୍ୟାରେଡ ପଡିଆ କୁ sanitized (ଜୀଵାଣୁ ମୁକ୍ତ )କରିବା ପାଇଁ ଦାୟିତ୍ୱ ଦିଆଯାଇଛି l ସେହିପରି ଗୋଷ୍ଠୀ ଶିକ୍ଷା ଅଧିକାରୀ, ରାଇରଙ୍ଗପୁର ଙ୍କୁ ରାଇରଙ୍ଗପୁର ମୁନିସିପାଲିଟି ଅଂଚଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ 3 ଗୋଟି ସ୍ତରରେ ଦେଶାତ୍ମବୋଧକ ପ୍ରବନ୍ଧ(Patrotic Essay Writing )ପ୍ରତିଯୋଗିତା ଆୟୋଜନ କରି କୃତୀ ଛାତ୍ରଛାତ୍ରୀଙ୍କ ନାମ ତାଲିକା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାଇରଙ୍ଗପୁର କାର୍ଯ୍ୟାଳୟ କୁ ପ୍ରେରଣ କରିବା ପାଇଁ ପରାମର୍ଶ ଦେବା ସହିତ ବାମନଘାଟି ଉପଖଣ୍ଡ ସ୍ତରୀୟ 76ତମ ସ୍ୱାଧୀନତା ଦିବସ ସଫଳତାର ସହିତ ପାଳନ ନିମନ୍ତେ ଉପଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ. I ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାଇରଙ୍ଗପୁର ସମସ୍ତ ଅଧିକାରୀ ମାନଙ୍କୁ ଉକ୍ତ ବୈଠକ ରେ ସେମାନଙ୍କ ଉପସ୍ଥିତି ତଥା ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.