ଆଉ ୪୬ ଜଣଙ୍କ ବିରୋଧରେ ୧୧୦ ଧାରା ଲଗାଇଲା ପୁରୀ ପୁଲିସ

0 9

ପୁରୀ : ପୁରୀ ସହରକୁ ଅପରାଧମୁକ୍ତ ଅଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ ପୁଲିସ ସହରାଞ୍ଚଳରୁ ଦୁର୍ଦ୍ଦାନ୍ତ ଅପରାଧିମାନଙ୍କୁ ଧରି ସେମାନଙ୍କୁ ୧୧୦ ଦଫାରେ ନୋଟିସ୍‌ କରିଛି। ପୁରୀରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଅପରାଧି ଦମନ ନୀତିକୁ ପୁଲିସ ଗୁରୁତ୍ବ ଦେଇଛି। ଏହିକ୍ରମରେ ଆଜି ପୁଲିସ ୪୬ ଜଣଙ୍କୁ ଏହି ୧୧୦ ଦଫାରେ ବୁକ୍‌ କରିଛି। ଇତିମଧ୍ୟରେ ପୁରୀ ପୁଲିସ ପ୍ରାୟ ୧୫୧ ଜଣ ଦୁର୍ଦ୍ଦାନ୍ତ ଅପରାଧିମାନଙ୍କୁ ୧୧୦ ଦଫାରେ ବୁକ୍‌ କରିସାରିଲାଣି। ଗତ ମାର୍ଚ୍ଚ ମାସ ୨ ତାରିଖରେ ୨୦ ଜଣଙ୍କୁ, ୯ ତାରିଖରେ ୨୦ ଜଣଙ୍କୁ, ୨୮ ତାରିଖରେ ୧୫ ଜଣଙ୍କୁ, ଏପ୍ରିଲ ମାସ ୨୮ ତାରିଖରେ ୧୭ ଜଣ, ମେ ମାସ ୨୯ ତାରିଖ ଦିନ ୧୯ ଜଣ, ଜୁନ୍‌ ମାସରେ ୧୪ ଜଣ ଓ ଆଜି ୪୬ ଜଣଙ୍କ ନାମରେ ୧୧୦ ଦଫା ଲଗାଯାଇଥିବାନେଇ ପୁଲିସ ଘୋଷଣା କରିଛି।
ଏହି ତାଲିକାରେ ତାଳବଣିଆ ଥାନା ଅନ୍ତର୍ଗତ ଚମାରସାହିର ସିଦ୍ଧମହାବୀର ଅଞ୍ଚଳର ରଞ୍ଜନ ବେହେରା, ଦାଦାବାଡ଼ିର ପୁରୁଷୋତ୍ତମ ନଗରର ରଞ୍ଜିତ ବେହେରା, ବାଲିଘାଟ ନୂଆସାହିର ରଞ୍ଜନ ରାଉଳ, ସିଦ୍ଧମହାବୀର ପାଟଣାର ଶଙ୍କର ପ୍ରସାଦ ବେହେରା(୩୨), ପିକେଆର୍‌ଆଇଟି କଲୋନିରେ ରହୁଥିବା ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ବରସାହିର ପ୍ରଭାତ କୁମାର ପଣ୍ଡା, କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରାମଚଣ୍ଡୀସାହି ବାଲିଉପରର ବିଜୁ ମୁରୁଡ଼ି, ତଳମାଳିସାହିର ଆଶିଷ ରଞ୍ଜନ ମହାନ୍ତି, ରଖହରି ସ୍ବାଇଁ(୩୦), ଅବକାଶ ଲେନ୍‌ରେ ରହୁଥିବା କଣାସ ଥାନା ଅନ୍ତର୍ଗତ ଡିମିରିର ଦୁର୍ଗାପ୍ରସାଦ ପରମଗୁରୁ, ଗୁଣ୍ଡିଚାବାଡ଼ି ଆଇତୋଟା ଅଞ୍ଚଳରେ ରହୁଥିବା କଣାସ ଥାନା ଅନ୍ତର୍ଗତ ନୂଆପଡ଼ାର ଟୁନା ଭୋଇ(୨୭), ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆସାହିର କେଶବ ପୃଷ୍ଟି(୩୨), ଦାମୋଦର ରୋଡ୍‌ ଚକ୍ରକୋଟଲେନ୍‌ର ସଦାଶିବ ମାନସିଂହ, ବାଲିସାହି ବାରାହୀ ଲେନ୍‌ର ଶିବାଶିଷ ବାରିକ, ଚୁଡ଼ଙ୍ଗସାହି ଖୁଣ୍ଟିଆ ବଗିଚାର ବିବେକ ଭୋଇ, ମାତାଗୋସାଇଁ ଲେନ୍‌ର ରାକେଶ କୁମାର ମହାନ୍ତି, ବଳିଆପଣ୍ଡା ଥାନା ଅନ୍ତର୍ଗତ ଗୌଡ଼ବାଡ଼ସାହିର ତପନ ହାଜରା, ଝୁମ୍ପୁଡ଼ିବସ୍ତିର ସୁଶାନ୍ତ ଦେବନାଥ, ଶାନ୍ତି ଗେଷ୍ଟହାଉସର ଶଙ୍କର ଦାସ, ବଳିଆପଣ୍ଡା ବସ୍ତିର ସୁକାନ୍ତ ସାହୁ(୩୮), ରିଫ୍ୟୁଜି କଲୋନିର ଅକ୍ଷୟ ମଲ୍ଲିକ, ବିଜୟ ନଗରର ଟୁଲଟୁଲ ଦେବନାଥ, ଦାମୋଦର ରୋଡ୍‌ର ରଞ୍ଜିତ ସାହୁ, ସମୁ୍ଦ୍ରକୁଳ ଥାନା ଅନ୍ତର୍ଗତ ଝାରକଟାସାହିର ଜେ. ଅଚ୍ୟୁତ, ଅର୍ବାନ ହାଟ୍‌ ଖଣ୍ଡିସାହିର ଟୁଟୁନା ବେହେରା, ଷ୍ଟେସନ ରୋଡ୍‌ ଧୋବାସାହିର ବିଦ୍ୟାଧର ପ୍ରଧାନ, ବେହେରାସାହିର ଗିରିଧାରୀ ବେହେରା(୨୪), ୱାଟରୱାର୍କ୍ସ ରୋଡ୍‌ ଗୋରାକବର ଲେନ୍‌ର ଟୁନା ମଣ୍ଡଳ(୩୫), ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହିର ପତିତ ବେହେରା, ବାନିଆ ବେହେରା, ବଣ୍ଟିନା ବେହେରା, ଆନନ୍ତ ବେହେରା, ଅଭି ବେହେରା, କୁନା ବେହେରା, କାୟା ବେହେରା, ଚନ୍ଦନ ମଙ୍ଗରାଜ, ବୁବୁନା ବେହେରା, ଗିନାରିବନ୍ତ ଲେନ୍‌ର ସତ୍ୟନାରାୟଣ ତ୍ରିପାଠୀ, ମିଶ୍ରସାହିର ବିଜୟ କେତନ ଡିଆଁବାଘ, ମଙ୍ଗଳାଘାଟ ମହାବୀର ମନ୍ଦିର ପାଖର ବନମାଳି ବେହେରା, ମ‌ାର୍କଣ୍ଡେଶ୍ବରସାହି ରଥସାହିର ଶିବ ନାଏକର ପତ୍ନୀ ଚଗୁଲି ନାଏକ, ଲୋକନାଥ ରୋଡ୍‌ ମଣିମହାସୁଆର ଜାଗାର ଲୋକନାଥ ମିଶ୍ର, ମିଶ୍ରସାହି ଅଲେଇ ଗଳିର କୁଳଦୀପ ବାନାର୍ଜୀ, ମାର୍କଣ୍ଡେଶ୍ବରସାହି ମଙ୍ଗଳାଘାଟ ଲେନ୍‌ର ଗଣେଶ ସାହୁ, ଢିପ ଉପରର ଲୋକନାଥ ହୋତା, ମିଶ୍ରସାହି ନୋଳିଆ ଗଳିର ଦୀପକ ବେହେରା ଓ ମାର୍କଣ୍ଡେଶ୍ବରସାହି ହରିଜନ ବସ୍ତିର ଶ୍ରୀଧର ନାଏକର ନାମ ରହିଛି। ଏମାନଙ୍କୁ ପୁଲିସ ପକ୍ଷରୁ ୧୧୦ ଦଫାରେ ନୋଟିସ ଦିଆଯିବ। ଏହାପରେ ସେମାନେ ଏହି ନୋଟିସକୁ ଆଧାର କରି କୋର୍ଟରେ ବ୍ୟକ୍ତିଗତ ମୁଚାଳିକାରେ ଆଗାମୀ ଦିନରେ କୌଣସି ଅପରାଧ କିମ୍ବା ବଦମାସୀ କରିବେନାହିଁ ବୋଲି ପ୍ରତିଶ୍ରୁତି ପୂର୍ବକ ଦସ୍ତଖତ ଦେବେ ବୋଲି ସୂଚନା ମିଳିଛି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.