ଲୁଟ କରୁଥିବା ଏକ ଗ୍ୟାଙ୍ଗକୁ ପୁରୀ ତାଳବଣିଆ ଥାନା ପୋଲିସ ଗିରଫ କରିଛି
ପୁରୀର ବିଭିନ୍ନ ସ୍ଥାନରୁ ବାଇକ ସହିତ ଟିଭି, କମ୍ପୁଟର ଆଦି ଲୁଟ କରୁଥିବା ଏକ ଗ୍ୟାଙ୍ଗକୁ ପୁରୀ ତାଳବଣିଆ ଥାନା ପୋଲିସ ଗିରଫ କରିଛି |
ଗିରଫ ଖୋର୍ଦ୍ଧା ନିରାକାରପୁର ମଂଜରିଆ ପାଟଣାର ମହେଶ୍ୱର ଭୋଇ, ଦଳେଇପୁଟ ଗୁମପାଟଣା ସାହିର ଭୋଳେଶ୍ୱର ବେହେରା, ଭାଲିଆବାଡ଼ି ବାଉରୀ ସାହିର ହେମନ୍ତ ବେହେରା ଓ ପୁରୀ ଘୋଡାବଜାର ଅଂଚଳର ପି. ଚନଡ୍ରେୟା ରେଡିଙ୍କ ଜଣେ ନାବାଳକ ଙ୍କ ଠାରୁ ପୋଲିସ ୭ ଟି ବାଇକ,୪ ଟି ମୋବାଇଲ ଫୋନ, ଦୁଇଟି ଟିଭି ସମେତ କମ୍ପୁଟର ଓ କିଛି ବିଦ୍ୟୁତ ତାର ଜବତ କରିଛି | ଗିରଫ ନାବାଳକ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ହେମନ୍ତ ଓ ଚନଡ୍ରେୟାଙ୍କୁ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ କରାଯାଇଥିବା ପୋଲିସ କହିଛି |
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )