ପଞ୍ଚମହଲାରେ ” ରାଗ ପଞ୍ଚମ ” କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚମହଲାସ୍ଥିତ ଶ୍ରୀ ଗଣେଶ୍ୱର ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଧର ବାଗ ଚଳିତ ମାସ 31 ତାରିଖ ଦିନ ଅବସର ଗ୍ରହଣ କରିବେ l ତେଣୁ ତାଙ୍କ ଉଦ୍ଦେଶ୍ୟ ରେ ଏକ ବହୁଭାଷୀ କବିତା ଆସର ” ରାଗ ପଞ୍ଚମ ” ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ସାହିତ୍ୟିକ ଡ. ଦେବାଶିଷ ପାଣ୍ଡିଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ଡ. ପୁରୁଷୋତ୍ତମ ମିଶ୍ର ମୁଖ୍ୟ ଆତିଥି ଓ ସ୍ଥାନୀୟ ସରପଞ୍ଚ ଅଶୋକ ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ l ମୋ ସ୍କୁଲ ଅଭିଯାନ ର ସଭାପତି ବନମାଳୀ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଦ୍ଵିତୀୟାର୍ଦ୍ଧରେ କବି ଦ୍ଵିତୀକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ କବିତା ଆସରକୁ କବି ଲକ୍ଷ୍ମୀ ନାରାୟଣ ସାହୁ ସଂଯୋଜନା କରିଥିଲେ l କବି ଡ. ଅନିରୁଦ୍ଧ କୁରକୁରିଆ ସମୀକ୍ଷା କରିଥିଲେ l କବି ତଥା ଅଧ୍ୟାପକ ସୌରଭ ରଞ୍ଜନ ଖମାରୀ, ଡ. ମୀନକେତନ କୁମ୍ଭାର, ଡ. ପୁରୁଷୋତ୍ତମ ମିଶ୍ର, ଡ. ଦେବାଶିଷ ପାଣ୍ଡିଆ, ପ୍ରଦ୍ୟୁମ୍ନ ସାହୁ, ଗବେଷକ ସୁଦାମ ନାଏକ, ଅଧ୍ୟାପକ ଦେବାଶିଷ ପଧାନ, ଯୁବ କବି ଆଶିଷ ମିଶ୍ର, ଅଧ୍ୟାପକ ସରୋଜ ଜଗଦଲା, କବି ବିଘ୍ନରାଜ ପଣ୍ଡା, ଅନିରୁଦ୍ଧ କୁରକୁରିଆ, ଲକ୍ଷ୍ମୀ ନାରାୟଣ ସାହୁ, ଦ୍ଵିତୀକୃଷ୍ଣ ପଣ୍ଡା, ଶ୍ରୀ ଧର ବାଗ ଓ ଭାର୍ଜନ କୁମାର ପ୍ରଧାନ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )