ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ଦାବୀରେ ପାରଳାଖେମୁଣ୍ଡିରେ ରେଳରୋକ
ଗଜପତି : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ରେଳଷ୍ଟେସନର ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରିବା ଦାବୀରେ ରେଳରୋକ କରାଯାଇଥିଲା । ଆଇନଜୀବି ପ୍ରଶାନ୍ତ କୁମାର ପ୍ରଧାନଙ୍କ ନେତୃ୍ତ୍ୱରେ ବହୁସଂଖ୍ୟକ ଜିଲ୍ଲାବାସୀ ରେଳରୋକ କରିଥିଲେ । ଯାହାଫଳରେ ଗୁଣୁପୁର-ପୁରୀ ପାସେଞ୍ଜର ରେଳଟି ସକାଳ୬ରୁ ସାଢେ ୭ଘଣ୍ଟା ଧରି ପାରଳାଖେମୁଣ୍ଡି ଠାରେ ଅଟକି ରହିଥିଲା । ପାରଳାଖେମୁଣ୍ଡି ରେଳଷ୍ଟେସନର ଉଚ୍ଚତା ଟ୍ରାକ୍ ଠାରୁ ବି କମ୍ ରହିଛି । ଯାହାଫଳରେ ଯାତ୍ରୀମାନେ ରେଳରେ ଚଢିବା ଓ ଓହ୍ଲାଇବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଚଢିବା ଓ ଓହ୍ଲାଇବା ସମୟରେ ଗୋଡଖସି ବହୁଯାତ୍ରୀ ଆହତ ମଧ୍ୟ ହେଉଛନ୍ତି ।ଏହା ସହ ଏଠାରେ ପାନୀୟ ଜଳ ଓ ଉଚ୍ଚ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟର ବ୍ୟବସ୍ଥା କରାଯାଇନାହିଁ । ଏହି ସମସ୍ୟା ବିଷୟରେ ତାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ବାରମ୍ବାର ରେଳ ବିଭାଗର କର୍ତ୍ତୃପକ୍ଷ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏହି ସମସ୍ୟା ସମାଧାନ କରିବା ନିମନ୍ତେ ଆନ୍ତରିକତା ଦେଖାଉ ନାହାନ୍ତି । ତାର ପ୍ରତିବାଦରେ ଏହି ରେଳରୋକ କରାଯାଇଛି । ଏହାସହ ଷ୍ଟେସନ ପରିଚାଳକଙ୍କୁ ୩ଦଫା ସମ୍ବଳିତ ଏକ ଦାବୀପତ୍ର କରାଯାଇଥିଲା । ରେଳରୋକରେ କେ ଯୁବରାଜ, ପିନିଣ୍ଟି କ୍ରାନ୍ତୀ, ସୁନୀଲ କୁମାର ପଟନାୟକ, ଏ. ରୋଜା, ଦେବେନ୍ଦ୍ର ବିଶ୍ୱାଳ, ସନ୍ତୋଷ କୁମାର ଜେନାଙ୍କ ସମେତ ବହୁ ଜିଲ୍ଲାବାସୀ ସାମିଲ ହୋଇଥିଲେ ।
ଗଜପତି ଇପିଏ ରୁ ଦିଲୀପ ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )