କଣ୍ଟାମାଳ ବ୍ଲକରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟନ

କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଅଧିନରେଥିବା ସରକାରୀ ଉଚ୍ଚ ବିଦ୍ୟାଳୟ,କଣ୍ଟାମାଳ, ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ,ଖଟଖଟିଆ ଓ ସରକାରୀ ଉଚ୍ଚ ବିଦ୍ୟାଳୟ,ପଲସାଗୋରାଠାରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଯଥାକ୍ରମେ ପ୍ରତ୍ୟେକ ବିଦ୍ୟାଳୟରେ ୧୦୦ଜଣଲେଖାଏଁ ଛାତ୍ରୀଙ୍କୁ ନେଇ ତିନୋଟି ବିଦ୍ୟାଳୟରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ରାଣୀଲକ୍ଷ୍ମୀବାଈଙ୍କ ପରି ସାହସୀ,ରଣକୁଶଳୀ ହୋଇ ନିର୍ଭୀକ ଭାବରେ ଶତ୍ରୁକୁ ପରାଜୟ କରି ନିଜର ଆତ୍ମରକ୍ଷା କରିବା ଓ ରାଣୀଲକ୍ଷ୍ମୀବାଈଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଥିଲେ । ଏହି ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କାର୍ଯ୍ୟକ୍ରମର ବିଭିନ୍ନ କୌଶଳ ଶିଖି ପାରିଲେହିଁ ସାଂପ୍ରତିକ ସମାଜରେ ଘଟୁଥିବା ନାରୀ ନିର୍ଯାତନା ଓ ଦୁଷ୍କର୍ମପରି ନିନ୍ଦନୀୟ ଘଟଣାକୁ ଆମେ ଏଡାଇ ଦେଇପାରିବା । ଏଥିସହ ବିପଦରେ ପଡିଥିବା ଅନ୍ୟ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ପ୍ରବର୍ତ୍ତାଇ ଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ଯୋଗଦାନ କରି ବିଦ୍ୟାଳୟରେ ପ୍ରଶିକ୍ଷିତ ହେଉଥିବା ସମସ୍ତ ଛାତ୍ରୀ ଓ ଶିକ୍ଷିକା ମାନେ ଏହାକୁ ଦୈନଦିନ ଅଭ୍ୟାସଜାରିରଖି ନିଜକୁ ଦକ୍ଷ କରିବାପାଇଁ ପ୍ରେରଣା ଦେଇଥିବା ବେଳେ ସଭାପତି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦୂର୍ଗା ଚରଣ ପ୍ରଧାନ ଓ ଶ୍ରୀ ଫାଲଗୁନୀ ମାଝି ଯୋଗଦାନ କରି ବକ୍ତବ୍ୟ ମାଧ୍ୟମରେ ଛାତ୍ରୀ ମାନଙ୍କର ଆତ୍ମବଳ ବୃଦ୍ଧି କରାଇବା ସହ ଏଦିଗରେ ଦକ୍ଷ ହେବା ନିମନ୍ତେ ଉତ୍ସାହିତ କରିଥିଲେ । ସମଗ୍ର ଶିକ୍ଷା ତରଫରୁ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଏହି କାର୍ଯ୍ୟକ୍ରମଗୁଡିକ ଆୟୋଜନ କରି କହିଥିଲେଯେ- ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୮ଦିନ ଧରି ନିୟମିତ ଚାଲୁ ରହିବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଉଚ୍ଚ ବିଦ୍ୟାଳୟଗୁଡିକରେ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏଣୁ ଏହି ପ୍ରଶିକ୍ଷଣର ଉପଯୁକ୍ତ ଲାଭ ଉଠାଇବା ପାଇଁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷିକାମାନେ ଜିଲ୍ଲାସ୍ତରରେ ପ୍ରଶିକ୍ଷଣନେଇ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ସହ ଛାତ୍ରୀ ମାନଙ୍କ ପ୍ରଶିକ୍ଷଣର ଶୁଭାରମ୍ଭ କରିଥିଲେ ।
ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )