ବଲାଙ୍ଗିର ଜିଲ୍ଲାରେ ରବି ଧାନ କିଣା ଆରମ୍ଭ ହୋଇଯାଇଛି
ଜିଲ୍ଲାର ପୁଇଁନ୍ତଳା ବ୍ଲକ ମଳମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ଧାନ କିଣା ର ଶୁଭାରମ୍ଭ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାର ୧୦୦ ଗୋଟି ପ୍ୟାକ୍ସ ଓ ୬ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଜିଲ୍ଲାରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ।
ଏଥିପାଇଁ ପ୍ରାୟ ୫୧ ଗୋଟି ମିଲ କୁ ପ୍ରଥମ ପର୍ଯ୍ୟାୟରେ ଧାନ ଉଠାଇ ବାକୁ ନିର୍ଦ୍ଧେଶ ଦି ଆଯାଇଛି । ବର୍ତ୍ତମାନ୍ ସୁଦ୍ଧା ଜିଲ୍ଲାରେ ୬୫୦୦ ଜଣ ଚାଷୀ ନିଜ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ଯ ଯୋଗାଣ ଅଧିକାରୀ,ଜିଲ୍ଲା ସମବାୟ ସମିତି ନିବନ୍ଧକ,ପାକ୍ସେ କର୍ମଚାରୀ ଓ ଚାଷୀ ମାନେ ଉପସ୍ଥିତ ଥିଲେ ।
ବଲାଙ୍ଗିର ଇପିଏ ରୁ ବିରୋ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )