ଭଡାଟିଆ ଘରେ ଗଞ୍ଜେଇ ଗଛିତ ରଖିବା ସଂପୃକ୍ତରେ କାର୍ୟାରତ ଅବକାରୀ କନେଷ୍ଟବଲ ଜଣକୁ ଗିରଫ କରିଛି ରାୟଗଡ଼ା ପୋଲିସ
ରାୟଗଡ଼ା ପୋଲିସ ଦ୍ୱାରା ଗଞ୍ଜେଇ ଗଛିତ ରଖିବା ସଂପୃକ୍ତରେ ଏକ ଅବକାରୀ ପୋଲିସ କନଷ୍ଟେବଲକୁ ଗିରଫ କରିଛି । ଗିରଫ କନଷ୍ଟେବଲ ଜଣକ କସ୍ତୁରୀ ନଗର ୫ମ ଲେନ ବାସିନ୍ଦା ଗୋପାଳକୃଷ୍ଣ ପାଣିଗ୍ରାହୀ ଙ୍କ ପୁତ୍ର ଦୀପକ ପାଣିଗ୍ରାହୀ(୨୮) ବୋଲି ଜଣାପଡିଥିବା ବେଳେ ନେହେରୁ ନଗର ସ୍ଥିତ ସୁଇଟ ହୋମ ଏପାର୍ଟମେନ୍ଟରେ ଭୁବନେଶ୍ବରରୁ ଆସିଥିବା ତିନି ଜଣିଆ ଏସଟିଏଫ୍ ଦଳ ପହଞ୍ଚିବା ପରେ ୦୬ ନମ୍ବର ରୂମରୁ ଗଛିତ ଦୁଇ ବସ୍ତା ଗଞ୍ଜେଇ
ଜବତ କରିଥିଲା । ଏହି ଅପରେସନରେ ଅବକାରୀ କନଷ୍ଟେବଳ ପାଣିଗ୍ରାହୀ ରହୁଥିବା ଭଡାଘରେ ଚଢାଉ କରାଯିବା ସମୟରେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ି ୪୨.୨୪୦ କେଜି..କିଲୋଗ୍ରାମ ନିଷେଧାଦେଶ ଗଞ୍ଜେଇ ସହ ଏକ ବିୱ ଫୋନ ଜବତ କରି ଅବକାରୀ କନେଷ୍ଟବଲ ପାଣିଗ୍ରାହୀକୁ ସୋମବାର ଦିନ ଗିରଫ କରିଥିଲା ରାୟଗଡ଼ା ପୋଲିସ ।
ସୂଚନାଯୋଗ୍ୟ କି ଯେ ନିର୍ଭରଯୋଗ୍ୟ ସୂଚନା ଅନୁଯାୟୀ ଭୁବନେଶ୍ବରରୁ ଆସିଥିବା ତିନି ଜଣିଆ ଏସଟିଏଫ୍ ଦଳ ୧୩ ତାରିଖ ଦିନ ୩ଘଣ୍ଟା ସମୟରେ ନେହେରୁ ନଗର ସ୍ଥିତ ସୁଇଟ ହୋମ ଏପାର୍ଟମେନ୍ଟରେ ଥିବା ୦୬ ନମ୍ବର ରୁମର କବାଟ ବାଡେଇଥିଲେ ଜଣେ ବ୍ୟକ୍ତି । କବାଟ ଖୋଲିବା ପରେ ତାଙ୍କ ସ୍ତ୍ରୀକୁ ନିଜକୁ ଅଭିଯୁକ୍ତ ପାଣିଗ୍ରାହୀ ଙ୍କ ବାଲ୍ୟ ବନ୍ଧୁ କହିବା ସହ ଆମ୍ବାଦଳାରେ ଏକ ବ୍ୟାଙ୍କର କର୍ମକର୍ତ୍ତା ବୋଲି କହିଥିବା ଜଣାପଡିଥଲା । ଅବକାରୀ କନେଷ୍ଟବଲ ଜଣକୁ ବାହାରକୁ ଡାକି ଦିର୍ଘ ତିନି ଘଣ୍ଟାରୁ ଅଧିକ ପଚରାଉଚରା ପରେ ଏସଟିଏଫ୍ ଦଳ ରାୟଗଡ଼ା ପୋଲିସ କୁ ଜଣାଇବା ପରେ ଦୀପକ ପାଣିଗ୍ରାହୀ ରହୁଥିବା ଛଅ ନମ୍ବର ରୁମରେ ଚଢ଼ାଉ କରିବା ସମୟରେ ଦୁଇ ବସ୍ତା ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ଅବକାରୀ କନେଷ୍ଟବଲ ପାଣିଗ୍ରାହୀକୁ ପୋଲିସ ଗିରଫ କରି ଥାନାକୁ ନେଇ ରଖିବା ସହ ୧୪ତାରିଖ ରାୟଗଡ଼ା କୋର୍ଟ ଚାଲାଣ କରିଥିଲା ରାୟଗଡ଼ା ପୋଲିସ । ଏହି ମାମଲାରେ ଭୁବନେଶ୍ବର ରୁ ଏସଟିଏଫ୍ ଦଳ ରାୟଗଡ଼ା ପହଞ୍ଚିବା ପରେ ତୁରନ୍ତ ସୁଇଟ ହୋମ ଏପାର୍ଟମେନ୍ଟରେ ପହଞ୍ଚି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ସଫଳ ହୋଇଥିଲେ । ଉକ୍ତ ମାମଲାରେ ରାୟଗଡ଼ା ପୋଲିସ କେସ୍ ନମ୍ବର ରାୟାଗଡା ପିଏସ ୮୪ ତା:୧୩/୦୩/୨୩ ୟୁ/ଏସ ୨୦(ବି) (ii) (ସି) / ୨୫/୨୯ ଏଣ୍ଡିପିସି ଆକ୍ଟ ଅଧିନିୟମ ଅନୁସାରେ ଏକ କେସ ରୁଜୁ କରି ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଉକ୍ତ ମାମଲାରେ ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ୨୦୨୦ମସିହାରେ କନଷ୍ଟେବଲ ରୂପେ ଯୋଗଦେଇଥିବା ଉକ୍ତ ଅଭିଯୁକ୍ତ କନେଷ୍ଟବଳ ଦୀପକ ୧୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇ ୧୩ ତାରିଖ ଦିନ କାର୍ଯ୍ୟରେ ଯୋଗ ଦେଇନଥିଲେ । ଅଭିଯୁକ୍ତ ବିଭାଗୀୟ କନଷ୍ଟେବଲ ଙ୍କ ଏଭଳି କାର୍ଯ୍ୟ ଅବକାରୀ ବିଭାଗ ପାଇଁ ଲଜ୍ଜାଜନକ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ।
ପ୍ରକାଶ ଥାଉ କି ଯେ ଜିଲ୍ଲା ଏକ୍ସାଇଜ୍ ବିଭାଗରେ ପୋଲିସ ଯେତିକି ଧରନ୍ତି ସେତିକି ପ୍ରଦର୍ଶନ କରନ୍ତି ନାହିଁ। ଏହି କାରଣରୁ, ନିମ୍ନ କର୍ମଚାରୀ ପ୍ରଭାବିତ ହେବା ସହ ଉଚ୍ଚ ପଦାଧିକାରୀମାନେ ଉପକୃତ ହୁଅନ୍ତି | ଯେତେବେଳେ ଏହି ବିଷୟରେ ଜାଣିବା ପରେ ଅବକାରୀ ଅଧିକ୍ଷକ ସେତେବେଳେ ସେହି ସମ୍ପୃକ୍ତ କାର୍ଯ୍ୟରତ କର୍ମଚାରୀଙ୍କୁ ଜିଲ୍ଲା ଭିତରେ ବଦଳି କରି ଦେଇଥାନ୍ତି । ଯାହା ଫଳରେ ସେହି ସମୟରେ କିଛି ପରିମାଣରେ ବିଭାଗୀୟ କର୍ମଚାରୀଙ୍କ କିଛି ପରିମାଣରେ ତୃଟି ମାର୍ଜନା ହୋଇଥାଏ । କିନ୍ତୁ, ତାପରେ ଯେମିତି କୁ ସେମିତି ଚାଲିଥାଏ । ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ନିଳମ୍ବିତ କନଷ୍ଟେବଲ ପକ୍ଷରେ । ୨୦୨୦ରେ କନଷ୍ଟେବଲ ରୂପେ ଅଭିଯୁକ୍ତ ଦୀପକ ପାଣିଗ୍ରାହୀ ଅବକାରୀ ବିଭାଗରେ ଯୋଗ ଦେଇ ଆଜି ନିଳମ୍ବିତ ମାନେ କେବେ ଠାରୁ ଗଞ୍ଜେଇ ଚାଲାଣ କରିବାରେ ଲିପ୍ତ ତାହା ଜଣା ପଡିନଥିବା ବେଳେ କନଷ୍ଟେବଳ ପାଣିଗ୍ରାହୀ କିପରି ଓ କେଉଁ ପରିପ୍ରେକ୍ଷୀରେ କାହା ସହଯୋଗ ନେଇ ବେଆଇନ ଗଞ୍ଜେଇ ବ୍ୟବସାୟରେ ପ୍ରବେଶ କରି ଚୋରା ଚାଲାଣକାରୀଙ୍କ ସହ ପରିଚିତ ହୋଇଥିଲା,ଏଥିରେ ବିଭାଗୀୟ କେଉଁ କେଉଁ ସହକର୍ମୀଙ୍କ ସହ ଗଞ୍ଜେଇ ମାଫିଆଙ୍କ ହାତ ରହିଛି ତାହା ରାୟଗଡ଼ା ପୋଲିସ ଖୋଳତାଡ଼ କରୁଛି ଓ ତାହା ସଠିକ ତଦନ୍ତ ପରେ ହିଁ ଜଣାପଡ଼ିବ କହିଛନ୍ତି ରାୟଗଡ଼ା ଥାନା ଅଧିକାରୀ ।
ଶୃଙ୍ଖଳା ରକ୍ଷା କରିବାକୁ ଥିବା ପୋଲିସ ଏଭଳି ସାମାଜିକ ବିରୋଧୀ କାର୍ଯ୍ୟ କରୁଥିବା ଜଣାପଡିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ବେଦନଶୀଳତା ସୃଷ୍ଟି ହେବା ସହ ସମାଲୋଚନା କରାଯାଇଛି । ରାୟଗଡ଼ା ପୋଲିସ ଅଧିକାରୀମାନେ ଏହି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।
ରାୟଗଡ଼ା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )