ବରଗଡ଼ରେ ଚାଷୀ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ରାସ୍ତାରୋକ
ବରଗଡ଼ ରେଳଷ୍ଟେସନ ଠାରେ ଆଜି ବରଗଡ଼ ଜିଲ୍ଲାର ଚାଷୀ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ରେଳ ରୋକ କରିବା ସହ ଧାରଣାରେ ବସିଲେ ଶହଶହ ଚାଷୀ । ୧୦୨୧ ଖରିଫ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ HDFC କମ୍ପାନୀ ନିୟମ ଉଲଘଂନ କରିବା ସହ ନିଜ ମନମାନି କରିବା ଯୋଗୁଁ ଜ଼ୀଲ୍ଲାର ବହୁ ଚାଷୀ ନିଜ ହକ ପାଇବାରୁ ବଞ୍ଚିତ ହୋଇଥିବା ହେତୁ ଆଜି ଜ଼ୀଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ବରଗଡ଼ ରେଳଷ୍ଟେସନ ସାମ୍ନାରେ ଧାରଣା ଦେବା ସହ ନିଜ ଦାବୀ ନେଇ HDFC କମ୍ପାନୀ ବିରୁଦ୍ଧରେ ଚାଷୀଙ୍କ ଦ୍ୱାରା ନାରାବାଜି କରାଗଲା ।ଏହା ସହ ଚାଷୀଙ୍କୁ ଉଚିତ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚାଷୀ ସଙ୍ଗଠନ ଚେତାବନୀ ଦେଇଛନ୍ତି ।
ବରଗଡ଼ ଇପିଏ ରୁ ସୁବାସ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )