୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ରେ ଭାରତ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ ଏବଂ ‘ଅରଆରଆର’ ର ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ମଧ୍ୟ ଓସ୍କାର ପୁରସ୍କାର ମିଳିଛି। ଏହାକୁ ନେଇ ସାରା ଭାରତ ରେ ଆନନ୍ଦ ର ଲହରୀ ଖେଳି ଯାଇଛି। ଏହି ବିରଳ ସଫଳତା ଅବସର ରେ ବାଲୁକା ଚିତ୍ରକଳା ରେ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୂରୀ ର ନିଳାଦ୍ରୀ ବିଚ୍ ରେ ଏ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )