ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ
ବଲାଙ୍ଗିର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବିଡିଘାଟ ଧବଲେଶ୍ୱର ବାବା ମନ୍ଦିର ସମ୍ମୁଖରେ ଭକ୍ତିର ସ୍ଵର ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ଲକ କଳାକାର ସଂଘର ଉପସଭାପତି ଗୋଲାପ ବାଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଯୋଗ ଦେଇ ରାଧା କୃଷ୍ଣ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି ଅବସରରେ ଗାୟକ ଗାୟିକା ଓ ବାହକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଏଥିରେ ବ୍ଲକ ଅଞ୍ଚଳ ର ସଂକୀର୍ତ୍ତନ ଦଳ ମାନେ ଯୋଗ ଦେଇ ନିଜନିଜ ସଂକୀର୍ତ୍ତନ ପ୍ରଦର୍ଶିତ କରିଥିଲେ । କାର୍ଯ୍ୟକ୍ରମ କୁ କୀର୍ତ୍ତନ ଗାୟକ ଭକ୍ତ ବନ୍ଧୁ ପ୍ରଧାନ ପରିଚାଳନା କରିଥିଲେ ।
ଏହି କୀର୍ତ୍ତନ ମହୋତ୍ସବ ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଟିତ ହୋଇଛି । ଏହି ଆୟୋଜନର ଉଦେଶ୍ୟ ଉପରେ ଆୟୋଜକ କମିଟିର ଆବାହକ ତଥା ବ୍ଲକ କଳାକାର ସଂଘର ଉପସଭାପତି ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।
ବଲାଙ୍ଗୀର ଇପିଏ ରୁ ବ୍ୟୁରୋ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )