ସରୋଜିନୀ ପଟ୍ଟନାୟକ ସ୍ମାରକୀ ଶିଶୁ-ପୁରସ୍କାର ସାମାରୋହ

0 92

ବ୍ରହ୍ମପୁର : ଗଞ୍ଜାମବ୍ଳକ୍ ଅନ୍ତର୍ଗତ ରାଜପୁର ଗ୍ରାମ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପବିତ୍ର ସ୍ୱାଧୀନତାଦିବସ ତଥା ସ୍ୱାଧୀନ ଭାରତର ଅମୃତ ମହୋତ୍ସବ ଅବସରରେ ଆୟୋଜିତ ହୋଇଯାଇଛି । ଛତ୍ରପୁର ସହରର ଜଣେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ସରକାରୀ ଅଫିସର କିଶୋର ଚନ୍ଦ୍ର ପଟ୍ଟନାୟକ ଙ୍କ ପତ୍ନୀ ଜଣେ ସରକାରୀ ସ୍କୁଲଶିକ୍ଷୟିତ୍ରୀ ସ୍ବର୍ଗୀୟ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରେ ତାଙ୍କ ମହନୀୟ ଉତ୍ସର୍ଗୀକୃତ କାର୍ଯ୍ୟ ଭାବେ ଏହି ଶିଶୁ-ସଂସାର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କମଧ୍ୟରେ ବତ୍କୃତା, ଦେଶାତ୍ମବୋଧକ ସଙ୍ଗୀତ,ଚିତ୍ରାଙ୍କନ, ଖେଳକୁଦ ଆଦି ବିଭିନ୍ନ ବର୍ଗର ପ୍ରତିଯୋଗିତା ଆଦି ପୂର୍ବରୁ ସଂଗଠିତ ହୋଇଥିବାବେଳେ ଉକ୍ତ ମହତ୍ତ୍ୱପୂର୍ଣ୍ଣ ଦିବସରେ ଏକ ବର୍ଣ୍ଣାଢ୍ୟସାମାରୋହରେ ସରୋଜିନୀ ପଟ୍ଟନାୟକ ସ୍ମାରକୀ ଶିଶୁ-ପୁରସ୍କାରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ବତ୍କୃତା ପ୍ରତିଯୋଗିତାରେ ସପ୍ତମଶ୍ରେଣୀ ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଗୌଡ଼, ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ଶୁଭଶ୍ରୀ ଗୌଡ଼,ପ୍ରଥମସ୍ଥାନ ଓ ଉଷାରାଣୀ ଗୌଡ଼ ଦ୍ୱିତୀୟସ୍ଥାନ ଅଧିକାର କରିଛନ୍ତି । ସେହିପରି ସଙ୍ଗୀତରେ ପଞ୍ଚମଶ୍ରେଣୀର ପ୍ରତ୍ୟୁଷ ପ୍ରଧାନ, ପ୍ରଥମସ୍ଥାନ ଓ ଚତୃର୍ଥଶ୍ରେଣୀର କଲ୍ୟାଣି ଗୌଡ଼ ଦ୍ୱିତୀୟସ୍ଥାନ, ସେହିପରି ତୃତୀୟଶ୍ରେଣୀର ତୃପ୍ତି ମୁଦୁଲି, ପ୍ରଥମସ୍ଥାନ ଏବଂ ଦ୍ୱିତୀୟଶ୍ରେଣୀର ମୀରା ଗୌଡ଼ ଦ୍ୱିତୀୟସ୍ଥାନ, ଏବଂ ପୁଚିଖେଳରେ ଯଥାକ୍ରମେ ଦ୍ୱିତୀୟଶ୍ରେଣୀ ଓ ତୃତୀୟଶ୍ରେଣୀର କୁନି ଛାତ୍ରୀ ସ୍ୱପ୍ନା ପଲେଇ ପ୍ରଥମସ୍ଥାନ ଏବଂ ସାଲିନୀ ସ୍ୱାଇଁ ଦ୍ୱିତୀୟସ୍ଥାନରେ ପୁରସ୍କୃତ ହୋଇ ଉଚ୍ଚପ୍ରଶଂସିତ ହୋଇଛନ୍ତି । ଉକ୍ତ ଦିବସରେ ପ୍ରାୟ ୪୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ପୁରସ୍କାରବିତରଣ କରାଯାଇଥିଲା । ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଅନୀତା କୁମାରୀ ପାତ୍ର ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟୀର ସଭାନେତ୍ରୀ ଶ୍ରୀମତୀ ସୁମତୀ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ରାଜପୁର ସରପଞ୍ଚ ରଞ୍ଜନ ପଲେଇ, ସମିତିସଭ୍ୟ ମଳୟ ଦାସ, କମିଟୀ ସଦସ୍ୟ ରାଜନ ଚୌଧୁରୀ, ଛତ୍ରପୁରର ବିଶିଷ୍ଟ ଶିକ୍ଷାବିତ ରଜନୀକାନ୍ତ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇ ଉନ୍ନୀତଶିକ୍ଷା ଉପରେ ଆଲୋକପାତ କରିଥିଲେ । ସର୍ବଶ୍ରୀ ଘନଶ୍ୟାମ ପ୍ରଧାନ, ସୁକାନ୍ତ ଚୌଧୁରୀ, ସନ୍ତୋଷ ଚୌଧୁରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.