ପଦ୍ମପୁର ବିଧାୟିକା ବର୍ଷା ସିଂ ଙ୍କ ବିଦ୍ୟାଳୟ ପରିଦର୍ଶନ
ପଦ୍ମପୁର/ବରଗଡ଼:ଗତ ଶୁକ୍ରବାର ଦିନ ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଇକମାଳ କୁ ପଦ୍ମପୁର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ପରିଦର୍ଶନ କରିଥିଲେ।ଏ ଅବସରରେ ଏକ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ବିଧାୟିକା ବର୍ଷା ଛାତ୍ରୀ ମାନଙ୍କୁ ଠିକ ଭାବେ ପାଠ ପଢି ନିଜର ଭବିଷ୍ୟତ ଗଠନ କରିବାପାଇଁ ଆଗେଇ ଯିବା ସହ ନିଜ ପ୍ରତିଭାର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ।ଆଜି ନାରୀ ଦେଶର ସର୍ବୋଚ୍ଚ ପଦପଦବୀରେ ରହିଥିବାର ମହାମହିମ ରାଷ୍ଟ୍ରପତି ଦୂର୍ପତି ମୁର୍ମୁ ଙ୍କ କଥାକୁ ଉପସ୍ଥାପନ କରିଥିଲେ।ଏହାସହ ବିଦ୍ୟାଳୟରେ ଏକ ସଭାଗୃହ ର ଆବଶ୍ୟକତା ଅନୁଭବ କରି ଖୁବ ଶିଘ୍ର ସଭାଗୃହ “ଶିଳାନ୍ୟାସ”କରିବା ପାଇଁ ବିଧାୟିକା ପ୍ରତିଶୃତି ଦେଇଥିଲେ।ଏପରି କି 5ଟି ରୁପାନ୍ତିକରଣ କାର୍ଯ୍ୟ ର ପରିଦର୍ଶନ କରିଥିଲେ।ଏହି ସମୟରେ ବିଧାୟିକା ଙ୍କ ପାଇକମାଳ ବ୍ଲକ ପ୍ରତିନିଧି,ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟିତ୍ରୀ,ଅନ୍ୟ କର୍ମଚାରୀ,ଛାତ୍ରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଶିକ୍ଷୟିତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ପଦ୍ମପୁର ଇପିଏ ରୁ ଧିରେନ୍ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )