ଶ୍ରୀମନ୍ଦିର ରେ ପରମ୍ପରା ମଧ୍ୟରେ ଶାଢ଼ୀବନ୍ଧା ଅନ୍ୟତମ

0 2

ଶ୍ରୀମନ୍ଦିର ରେ ରହିଛି ଅନେକ ପରମ୍ପରା। ଏଥି ମଧ୍ୟ ଶାଢ଼ୀବନ୍ଧା ପରମ୍ପରା ଅନ୍ୟତମ। ବିଶେଷ କରି ବ୍ରାହ୍ମଣ ସେବକ ମାନେ ମହାପ୍ରଭୁ ଙ୍କ ନିକଟ ରେ ଶାଢୀ ବନ୍ଧାଇବା ପରେ ମହାପ୍ରଭୁ ଙ୍କ ସେବା ପୁଜା ପାଇଁ ପାଳିଆ ସେବକ ଭାବେ ପରିଗଣିତ ହୋଇ ଥାନ୍ତି । ଯାହାକି ଏକ ଅନନ୍ୟ ପରମ୍ପରା। ଅନ୍ୟ କୌଣସି ମନ୍ଦିର ରେ ଏହି ପରମ୍ପରା ଦେଖିବାକୁ ମିଳି ନ ଥାଏ। ସେବକ କୂଳ ଜନ୍ମ୍ ହୋଇ ଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ସେବାୟତ ମହାପ୍ରଭୁ ଙ୍କ ନିକଟରେ ଶାଢୀ ନ ବନ୍ଧାଇଲେ ସେବା ପୂଜା ପାଇଁ ପାଳି ଖଟି ପାରିବେ ନାହିଁ । କେଉଁ ଆବାହାମାନ କାଳ ରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସିଛି। ଏହି କ୍ରମ ରେ ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ଆଜି ନିଜର ଶାଢୀ ବନ୍ଧେଇ ଛନ୍ତି।

ଶ୍ରୀ ମନ୍ଦିର ରେ ପାଟଯୋଶୀ ମହାପାତ୍ର ଏହି ଶାଢୀ ବନ୍ଧେଇ ଛନ୍ତି ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ଙ୍କୁ। ଆଜି ଠାରୁ ସେ ମହାପ୍ରଭୁ ଙ୍କ ସେବା ପାଇଁ ପାଳିଆ ସେବାୟତ ଭାବେ ପରିଗଣିତ ହୋଇ ଛନ୍ତି। ମହାପ୍ରଭୁ ଙ୍କ ଆଶୀର୍ବାଦ ନେଇ ସେ ଏହି ଶାଢୀ ବନ୍ଧା ଉତ୍ସବ ରେ ସାମିଲ ହୋଇ ଥିଲେ। ପରେ ମହାପ୍ରଭୁ ଙ୍କ ଫୁଲଆଣି ଘରେ ପାରମ୍ପାରିକ ପୂଜାର୍ଚ୍ଚନା କରିଥିଲେ। ବରିଷ୍ଠ ସେବାୟତ ଙ୍କ ଉପସ୍ଥିତି ରେ ରହି ପରମ୍ପରା ଅନୁଷ୍ଠିତ ହୋଇ ଥିଲା। ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ଆଜି ଠାରୁ ମହାପ୍ରଭୁ ଙ୍କ ହଡ଼ପ ଓ ଗରାବଡୁ ସେବା କାର୍ଯ କରିବେ। ତେବେ ଶାଢୀ ବନ୍ଧାଇବା ପରେ ବେଶ୍ ଖୁସି ହୋଇ ଛନ୍ତି ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ।ସେ ସେବକ କୂଳ ରେ ଜନ୍ମ୍ ହୋଇ ବେଶ୍ ଗର୍ବିତ। ମହାପ୍ରଭୁ ଙ୍କ ସେବା ପାଇଁ ସେ ଏହି ଦିନ କୁ ଅପେକ୍ଷା କରିଥଲେ ବୋଲି ସେ କହିଛନ୍ତି। ତେବେ ଶ୍ରୀ ମନ୍ଦିର ରେ ଶାଢୀ ବନ୍ଧା ସେବକ ଥିବା ବେଳେ ଅଶାଢ଼ୀ ବନ୍ଧା ସେବକ ମଧ୍ୟ ରହିଛନ୍ତି। ତେବେ ବଡ କଥା ହେଉଚି ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ କେବଳ ଶାଢୀ ବନ୍ଧେଇ ଥିବା ସେବକ ଶ୍ରୀ ମନ୍ଦିର ର ନିଷିଦ୍ଧ ଅଞ୍ଚଳ କୁ ଯାଇ ପାରିବେ । ମହାପ୍ରଭୁ ଙ୍କ ଭୋଗ ଲାଗିବା ସମୟ, ମହାସ୍ନାନ ସମୟ ରେ କେବଳ ଶାଢୀ ବନ୍ଧା ସେବକ ମାନେ ପ୍ରବେଶ କରିପାରିବେ। ତେବେ ମହା ନାୟକ ମାନଙ୍କୁ ଗଜପତି ମହାରାଜା ଶାଢୀ ବନ୍ଧାଇ ଥାନ୍ତି। ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ସେବା ଯେଭଳି ଅନନ୍ୟ ପରମ୍ପରା ମଧ୍ୟ ସେତିକି ଭିନ୍ନ। ଯାହାକି ଅନ୍ୟ କୌଣସି ଦେବାଦେବୀ ମନ୍ଦିର ରେ ଏହି ପରମ୍ପରା ନାହିଁ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.