ଭୁବନେଶ୍ୱର : ଜୟଦେବ ବିହାର ସ୍ଥିତ ରାମେଶ୍ୱର ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ ହୋଇଛି । ପାର୍ବତୀଙ୍କ କନ୍ୟାପିତା ଭାବେ ଡା. ରବି ନାରାୟଣ ଶତପଥି ଓ ମାତା ମଧୁସ୍ମିତା ଶତପଥି ଯୋଗଦେଇ ପରମ୍ପରା ଓ ସଂସ୍କୃତି ଅନୁସାରେ କନ୍ୟାଦାନ କରିଥିଲେ । ସକାଳେ ସାହିର ମହିଳାମାନେ ଦିଅଁ ମଙ୍ଗୁଳା କାର୍ଯ୍ୟ ସମାପନ କରିଥିଲେ । ସନ୍ଧ୍ୟାରେ ପ୍ରଭୁ ରାମେଶ୍ୱର ବିମାନରେ ବାଦ୍ୟ ସହିତ ଶଙ୍ଖ ହୁଳହୁଳି ମଧ୍ୟରେ ନଗର ପରିକ୍ରମା କରି ବରଯାତ୍ରୀରେ ବାହାରିଥିଲେ । ଏଥିରେ ଶତାଧିକ ଭକ୍ତ ମହିଳା ଓ ପୁରୁଷ ଯୋଗଦେଇ ବରଯାତ୍ରୀ ଭାବେ ମନ୍ଦିରରେ ପହଂଚିବା ପରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶେଷରେ ଉପସ୍ଥିତ ଥିବା ବରଯାତ୍ରୀ ଓ କନ୍ୟା ଯାତ୍ରୀଙ୍କୁ ପ୍ରସାଦ ବଟଂନ କରି ଆପ୍ୟାୟିତ କରାଯାଇଥିଲା ।
ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )