ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ସମ୍ପନ୍ନ ହୋଇଛି

0 7

ଏକାମ୍ର କ୍ଷେତ୍ର ର ଅଧିଶ୍ୱର ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଙ୍କ ବାଇଶ ଦିନ ବ୍ୟାପୀ ଚାଲିଥିବା ପବିତ୍ର ଚନ୍ଦନ ଯାତ୍ରା ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛିl ପରମ୍ପରା ଅନୁଯାୟୀ ସନ୍ଧ୍ୟା ରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ , ଶ୍ରୀ ବାସୁଦେବ ମହାପ୍ରଭୁ , ମା” ପାର୍ବତୀ ଠାକୁରାଣୀ , ମା” ରୁକ୍ମିଣୀ ଠାକୁରାଣୀ –ପ୍ରସିଦ୍ଧ ବିନ୍ଦୁ ସାଗର ଜଳ ରାଶି ରେ ଚାପ ଖେଳିବା ସହ ଚନ୍ଦନ କୁଣ୍ଡରେ ମନଭରି ସ୍ନାନ କରିଥିଲେl ସନ୍ଧ୍ୟା ରେ ଶ୍ରୀ ଲିଙ୍ଗରାଜ ମନ୍ଦିର ରେ କେତେକ-, ନୀତି ସମାପ୍ତ ପରେ, ବାଜା, କାହାଳୀ, ଛତ୍ରୀ, ଘଣ୍ଟ ଘଣ୍ଟାର କୋଳାହଳ ମଧ୍ୟରେ ବିନ୍ଦୁ ସାଗର କୂଳରେ ଥିବା ବ୍ରମହା ଘାଟ କୁ ସମସ୍ତ ଦେବାଦେବୀ ଗମନ କରି,, ସେଠାରେ ଅପେକ୍ଷାରତ ଚାପ ଡ଼ଙ୍ଗା ର ସିଂହାସନ ରେ ବସିଥିଲେl

ଏହା ପରେ ମଠ ଘାଟ ପର୍ଯ୍ୟନ୍ତ ଭଉଁରୀ ଖେଳି,, ସେଠାରେ ପହଂଚିବା ପରେ ଭୋଗ ଖାଇଥିଲେlପରେ ପରେ ସେଠାରେ ମହାପ୍ରଭୁ ଙ୍କ ସମ୍ମୁଖରେ ଆଳତୀ ସମ୍ପନ୍ନ ହୋଇଥିଲାlଏହାପରେ ଆଠ ଘେରା ଭଉଁରୀ ଖେଳି ବିନ୍ଦୁ ସାଗର ମଧ୍ୟ ସ୍ଥଳରେ ଥିବା ଜଗତି କୁ ଗମନ କରିଥିଲେlସେଠାରେ ସୁଗନ୍ଧିତ ଚନ୍ଦନ କୁଣ୍ଡ ରେ କିଛି ସମୟ ବୁଡି ରହିଥିଲେl ଏହାପରେ ପୁନର୍ବାର ଚାପ ଡ଼ଙ୍ଗା ରେ ବିଜେ କରି ,ବିନ୍ଦୁ ସାଗର କୂଳରେ ଥିବା ମହନୀ ଘାଟ ଏବଂ ଆଖଡ଼ା ଚଣ୍ଡୀ ଘାଟ ରେ ଭୋଗ ଖାଇବା ପରେ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ନିକଟ ବିଶ୍ରାମ ଘାଟ ରେ ପହଂଚିଥିଲେ.. ସେଇ ବିଶ୍ରାମ ଘାଟ ରେ ମୁକ୍ତେଶ୍ଵର କଳାକାର ସଙ୍ଘ ପକ୍ଷରୁ ଅତ୍ୟନ୍ତ ଆକର୍ଷଣୀୟ ଭଜନ ପରିବେଷଣ କରାଯାଇଥିଲାlବୈକୁଣ୍ଠ ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନେକ କଳାକାର ଭଜନ ସଂଗୀତ ଗାନ କରିଥିଲେl. ଏହାପରେ ଲିଙ୍ଗରାଜ ମନ୍ଦିର ଫେରିବା ବାଟରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ଓ ବଡୁ ନିଯୋଗ ପକ୍ଷରୁ ମହାପ୍ରଭୁ ଙ୍କୁ ଭୋଗ ଅର୍ପଣ କରାଯାଇଥିଲାl ସେହି ପରି ରଥ ଦାଣ୍ଡ ରେ ଆସିବା ବେଳେ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲାl ସନ୍ଧ୍ୟା କାଳୀନ ଆଲୋକ ମାଳା ତଥା ବିନ୍ଦୁ ସାଗରର ଉତଫୁଲୀତ ଜଳ ରାଶି ରେ ଅନୁଷ୍ଠିତ ହେଉଥିବା,,,ଏ ଅପୂର୍ବ ଲୀଳା ଦର୍ଶନ କରିବାକୁ ବିନ୍ଦୁ ସାଗର ପାର୍ଶ୍ୱରେ ପ୍ରବଳ ଜନସମାଗମ ହୋଇଥିଲା,,, ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ମାନଙ୍କୁ, ଦର୍ଶନ କରିବାର ଅନୁମତି ମିଳି ଥିବାରୁ, ସେମାନଙ୍କ ମନରେ ନାହିଁ ନ ଥିବା ଆନନ୍ଦ ଦେଖିବାକୁ ମିଳିଥିଲାlସୁସଜ୍ଜିତ ଡ଼ଙ୍ଗା ରେ ଦେବାଦେବୀ ଙ୍କ ବିନ୍ଦୁ ସାଗର ପରିକ୍ରମା ଅତ୍ୟନ୍ତ ଦର୍ଶନୀୟ ଥିଲା lସମଗ୍ର ଅଂଚଳ ଧୂପ ଦୀପ ତଥା ହୁଳହୁଳି ହରିବୋଲି ଧ୍ୱନିରେ ଗଗନ ପବନ ମୁଖରିତ ହୋଇଯାଇଥିଲାlବାସ୍ତବିକ ମହାପ୍ରଭୁ ଙ୍କ ଏ ଅପୂର୍ଵ ଲୀଳା ର ମାହାତ୍ମ୍ୟ ଅନନ୍ୟ ଏବଂ ନିଆରା l

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଏବଂ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.