‌ସଂସଦରେ ସୃତି ଇରାନୀଙ୍କୁ ବକବକ ନହେବାକୁ ନିର୍ଦ୍ଦେଶ ଦେଲେ ସୋନିଆ ଗାନ୍ଧୀ

0 12

ନୂଆଦିଲ୍ଳୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଂପର୍କରେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଦେଇଥିବା ବୟାନକୁ ନେଇ ବିଜେପିର ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ସୃତି ଇରାନୀ ସୋନିଆଙ୍କୁ ଆକ୍ଷେପ କରି ପ୍ରବଳ ବର୍ଷିଛନ୍ତି। ଏ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ରାଗରେ ଆସି ସ୍ମୃତିଙ୍କୁ ‘ଡୋଣ୍ଟ୍‌ ଟକ୍‌ ଟୁ ମି( ମୋ ସହ କଥା ହୁଅନାହିଁ)’ ବୋଲି କହିଛନ୍ତି। ଜାଣିବାକୁ ମିଳିଛି ଯେ ଲୋକସଭାରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗୃହ ମୁଲତବୀ ହେବା ପରେ ସୋନିଆ ଗାନ୍ଧୀ ବିଜେପି ନେତ୍ରୀ ରମା ଦେବୀଙ୍କ ସହ କଥା ହେଉଥିବା ବେଳେ ସେମାନଙ୍କ କଥା ମଝିରେ ହସ୍ତକ୍ଷେପ କରିଥିଲେ ସ୍ମୃତି ଇରାନୀ। ସେହି କାରଣରୁ ରାଗରେ ଆସି ସୋନିଆ ସୃତିଙ୍କୁ ମୋ ସହ କଥା ହୁଅ ନାହିଁ ବୋଲି କହିଥିଲେ।
ଉଲ୍ଲେଖଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧନ କରିବା ପରେ ଏ ନେଇ ବିବାଦ ଉପୁଜିଛି। ଅଧୀରଙ୍କ ଉକ୍ତ ବୟାନର ଭିଡିଓ ଭାଇରାଲ୍‌ ‌ହେବା ପରେ ବିଭିନ୍ନ ଆଡ଼େ ଦେଶର ପ୍ରଥମ ନାଗରିକଙ୍କ ପ୍ରତି ଏପରି ଅପମାନମୂଳକ ବୟାନକୁ ନିନ୍ଦା କରାଯାଉଛି। ଏ ନେଇ ସଂସଦ ଗୃହରେ ସୋନିଆ ଗାନ୍ଧୀଙ୍କୁ ଅକ୍ଷେପ କରିଥିଲେ ସ୍ମୃତି ଇରାନୀ। ‌ସେ କହିଥିଲେ ଯେ ‘ସୋନିଆ ଗାନ୍ଧୀ, ଆପଣ ଦୌପଦୀ ମୁର୍ମୁଙ୍କୁ ଅପମାନ କରିବାକୁ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ମହିଳାଙ୍କ ଅପମାନିତ କରିବାକୁ ସୋନିଆ ଗାନ୍ଧୀ ହିଁ ଅନୁମତି ଦେଇଛନ୍ତି।’

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.