ଧର୍ମଗଡ଼ ବ୍ଲକର ଦଣ୍ଡପାଟ ବେହେରା ଗ୍ରାମରେ ଷ୍ଟେଟ ବ୍ଯାଙ୍କର ନୂତନ ଶାଖା

0 10

ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷୀତ ସ୍ବପ୍ନ ସାକାର

ଧର୍ମଗଡ଼ ବ୍ଲକର ଦଣ୍ଡପାଟ ଅଞ୍ଚଳର ପ୍ରମୁଖ ବ୍ଯବସାୟିକ ସ୍ଥାନ ବେହେରା ଠାରେ ଭାରତୀୟ ଷ୍ଟେଟ ବ୍ଯାଙ୍କର ନୂତନ ଶାଖା ଶୁଭାରମ୍ଭ ହୋଇ ଯାଇଛି। ଦଣ୍ଡପାଟ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଛି। ଏହି ବ୍ଯାଙ୍କ ସ୍ଥାପନ ପାଇଁ ସର୍ବଦା ପ୍ରୟାସ ଜାରି ରଖିଥିବା ଅଞ୍ଚଳର ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ନେତୃବର୍ଗଙ୍କୁ ସାଧୁବାଦ। ଏହି ବେହେରା ଅଞ୍ଚଳ ସହିତ ଦୀର୍ଘ ବର୍ଷ ଅଙ୍ଗାଙ୍ଗୀଭାବେ ଜଡ଼ିତ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ ଏହି ବ୍ଯାଙ୍କ ସମସ୍ଯାକୁ ପ୍ରାଥମିକତା ଦେଇ ନିର୍ବାଚିତ ହେଲାପରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ତତ୍କାଳୀନ ବ୍ଲକ ଅଧ୍ଯକ୍ଷ ବଳରାମ ପୂଝାରୀ ସମେତ ସ୍ଥାନୀୟ ନେତୃବର୍ଗ ଓ ବୁଦ୍ଧିଜୀବୀମାନଙ୍କ ସହ ତୁରନ୍ତ ମାନ୍ଯବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଝାରୀଙ୍କୁ ସାକ୍ଷାତ କରିଥିଲେ ଏବଂ ବେହେରା ଠାରେ ବ୍ଯାଙ୍କ ସ୍ଥାପନ ପାଇଁ ଦାବି ଜଣାଇଥିଲେ। ଏହି ଅବସରରେ ଦଣ୍ଡପାଟ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ବ୍ଯାଙ୍କ ସ୍ଥାପନ ପାଇଁ ମାନ୍ଯବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗଙ୍କ ପ୍ରୟାସ ତଥା ମାନ୍ଯବର ମୁଖ୍ଯମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ମାନ୍ଯବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଝାରୀଙ୍କ ତତ୍ପରତା ପାଇଁ ଅଶେଷ ଅଶେଷ ଧନ୍ଯବାଦ ଦେଇଛନ୍ତି ଅଞ୍ଚଳବାସୀ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.